ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ନିର୍ମଳା ସୀତାରମଣ ଦେଶରେ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି। ଏହା ସହ ୨୦୨୩ ସୁଦ୍ଧା ୮୦ ଲକ୍ଷ ନୂତନ ଗୃହ ନିର୍ମାଣ ହେବ ଜ୍ଝ ଆଇଟିଆରରେ ଭୁଲ୍ ସଂଶୋଧନ କରିବାକୁ ୨ ବର୍ଷ ସମୟ ମିଳିବ । ଏନପିଏସରେ କେନ୍ଦ୍ର ଏବଂ ରାଜ୍ୟର ଅବଦାନକୁ ୧୪ ପ୍ରତିଶତ କରାଯାଇଛି । ଏପରି ଅନେକ ବିଲକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାସ କରିଛନ୍ତି । ସେପଟେ ବଜେଟର ଉପସ୍ଥାପନା ପରେ ବିରୋଧୀ ଦଳର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏନେଇ ସମାଜବାଦୀ ପାର୍ଟିର ନେତା ଘନଶ୍ୟାମ ତିୱାରୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ୨ ବର୍ଷ ହେଲା କୌଣସି ପିଲା ସ୍କୁଲକୁ ଯାଇ ନାହାଁନ୍ତି ।

ଏବଂ ଅର୍ଥନୈତିକ ସର୍ଭେ ଅନୁଯାୟୀ ଦେଶର ୨୦ ଜଣ ପିଲାଙ୍କ ମଧ୍ୟରୁ ଜଣେ ସ୍କୁଲକୁ ଯାଇନଥାଏ । ଦେଶରେ ବର୍ତ୍ତମାନ ଚାକିରି ନାହିଁ । ହେଲେ ଚାକିରି ପାଇଁ ବଜେଟରେ କଣ ଘୋଷଣା କରାଯାଇଛି? ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକ ପାଇଁ କଣ ବ୍ୟବସ୍ଥା କରାଯାଇଛି ? ଏହି ସରକାରଙ୍କ ପାଖରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ । ଏପରିକି ତାଙ୍କର ଏନେଇ କୌଣସି ଚିନ୍ତା ମଧ୍ୟ ନାହିଁ ବୋଲି ସମାଜବାଦୀ ପାର୍ଟିର ନେତା ଘନଶ୍ୟାମ ତିୱାରୀ କହିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି । ତେବେ ଚଳିତ ବର୍ଷ ବଜେଟରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି ।