ବଣାଇ ଥାନା ଭାଲୁଡୁଙ୍ଗୁରି ଗାଁରେ ଅଘଟଣ, ଡିବିରିରୁ ନିଆଁ ଲାଗି ଜଣେ ଛାତ୍ରୀ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଭାଲୁଡୁଙ୍ଗୁରି ଗାଁରେ ଘଟିଛି ଏକ ଦୁଖଦ ଘଟଣା | ଡିବିରିରୁ ନିଆଁ ଲାଗି ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଗାଁର ସ୍ୱପ୍ନେଶ୍ଵରୀ ମୁଣ୍ଡା ଘରେ ଜଳୁଥିବା ଡିବିରିକୁ ଧରି ଆସୁଥିବା ବେଳେ ତାଙ୍କ ଡ୍ରେସରେ ନିଆଁ ଲାଗି ଯାଇଥିଲା।

ଝିଅର ଚିତ୍କାର ଶୁଣିବାରୁ ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଡାକି ବଣାଇ ଡାକ୍ତରଖାନାକୁ ଆଣିଥିଲେ । ବଣାଇ ଡାକ୍ତରଖାନାରେ ଛାତ୍ରୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସ୍ୱପ୍ନେଶ୍ଵରୀ ଲହୁଣୀ ପଡା କଲେଜରେ ଯୁକ୍ତ ୩ ଛାତ୍ରୀ। ଏହି ଘଟଣା ପରେ ତାଙ୍କ ପରିବାରରେ ଶୋକର ଲହରି ଖେଳି ଯାଇଛି। ଘଟଣାସ୍ଥଳରେ ବଣାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts