ଜେଲ ପରିସରରେ ଥିବା ଏକ ଝରକାର ଲୁହା ଗ୍ରିଲ୍ କାଟି କଏଦୀ ଚମ୍ପଟ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବଜେଲର ଏକ ଝରକାର ଗ୍ରିଲ୍ କାଟି ଚମ୍ପଟ ମାରିଛି ଏକ କଏଦୀ | ଫେରାର କଏଦୀର ନାଁ ଟୁକୁନା ମାଳି । ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ । ଏନେଇ ବାଲିଗୁଡ଼ା ଥାନାରେ ଜେଲର୍ ଏତଲା ଦେଇଛନ୍ତି ।

ଟୁକୁନା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବାଲିଗୁଡ଼ା ସବଜେଲରେ ସଜା କାଟୁଥିଲା । ଗତ ଦୁଇ ବର୍ଷ ହେବ ସେ ବାଲିଗୁଡ଼ା ସବଜେଲରେ ରହୁଥିଲା । ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ଖୋଳତାଡ କରିଛି । ଫେରାର୍ ଟୁକୁନାକୁ ଧରିବା ପାଇଁ କସରତ ଚଳାଇଛି ପୋଲିସ ।

ସେପଟେ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି । କେମିତି ଓ କେଉଁ ପରିସ୍ଥିତିରେ ଜଣେ କଏଦୀ ଜେଲରୁ ଫେରାର୍ ହୋଇଗଲେ ? ସୁରକ୍ଷାକର୍ମୀ ସେତେବେଳେ କରୁଥିଲେ କଣ ? ନା ଜେଲ୍ ପରିସରରେ ଢିଲା ସୁରକ୍ଷା ବ୍ୟବସ୍ଥା ରହିଛି ?

Related Posts