ପାକିସ୍ତାନରେ ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ

କରୋନାର ନୂତନ ପ୍ରକାର ଭାରିଆଣ୍ଟ ଓମିକ୍ରନ କୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି | ଧୀରେ ଧୀରେ ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଚୀନ୍ ପରେ ଏବେ ପାକିସ୍ତାନରେ ପ୍ରଥମ ଓମିକ୍ରନ୍‌ର ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି | ସୋମବାର ଦିନ ପାକିସ୍ତାନର ସର୍ବୋଚ୍ଚ ଆଣ୍ଟି-କରୋନାଭାଇରସ୍ ନିଶ୍ଚିତ କରିଛି ଯେ ଜଣେ ମହିଳା ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି ।

NCOC (ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ୍ ସେଣ୍ଟର) ଟ୍ୱିଟ୍ କରି କହିଛି ଯେ ଇସଲାମାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ କରାଚିରୁ ପଠାଯାଇଥିବା ନମୁନାରୁ ଓମିକ୍ରନ ଥିବା ଚିହ୍ନଟ ହୋଇଛି । ସଂକ୍ରମିତ ମହିଳାଙ୍କ ବୟସ ୫୭ ବର୍ଷ । ଅନୁସନ୍ଧାନ ପରେ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ୍ ସେଣ୍ଟର ଏହା ନିଶ୍ଚିତ କରିଛି । କରୋନା ଭାଇରସରୁ ଲୋକଙ୍କୁ କରୋନାରୁ ରକ୍ଷା କରିବା ପାଇଁ ଟିକାକରଣ ଲାଗି ଅନୁରୋଧ କରାଯାଉଛି ।

Related Posts