ବଦଳିଲା ୬ ଦଶକର ନିୟମ, ଏଣିକି ଲାକ୍ଷାଦ୍ୱୀପରେ ଶୁକ୍ରବାର ବଦଳରେ ରବିବାର ସ୍କୁଲ୍ ଛୁଟି

୬ ଦଶକ ଧରି ଚାଲିଆସୁଥିବା ପୁରୁଣା ନିୟମ ର ହେଲା ପରିବର୍ତନ | ଦେଶର କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ୯୩ ପ୍ରତିଶତ ମୁସଲିମ୍ ଜନସଂଖ୍ୟା ବାସ କରୁଥିବା ବେଳେ ଏହାକୁ ନେଇ ଶୁକ୍ରବାର ହିଁ ସ୍କୁଲ୍ ଛୁଟି ରହୁଥିଲା । କିନ୍ତୁ ଏବେ ଏହି ନିୟମ ବଦଳିଯାଇଛି । ଆଗାମୀ ଶିକ୍ଷା ସେସନରୁ ଶୁକ୍ରବାର ବଦଳରେ ରବିବାର ହିଁ ସ୍କୁଲ୍ ଛୁଟି ରହିବ ।

‘ଦ ହିନ୍ଦୁ’ଖବର ଅନୁସାରେ ଏଥର ଲାକ୍ଷାଦ୍ୱୀପ ଶିକ୍ଷା ବିଭାଗ ଏକ ନୂଆ କ୍ୟାଲେଣ୍ଡର ଜାରି କରିଛି ଯେଉଁଥିରେ ଶୁକ୍ରବାର ସ୍କୁଲ୍ ଖୋଲା ରହିବ ଏବଂ ରବିବାର ସ୍କୁଲ ଛୁଟି ଘୋଷଣା କରିଦିଆଯାଇଛି । ୬ ଦଶକ ଧରି ଚାଲିଆସୁଥିବା ପୁରୁଣା ବିଶେଷାଧିକାର ଏହି ନିଷ୍ପତ୍ତିରେ ସମାପ୍ତ ହୋଇଯାଇଛି ।

ଏହି ମାମଲାରେ କୁହାଯାଉଛି ଯେ ସଂଶାଧନର ଅଧିକରୁ ଅଧିକ ଉପଯୋଗ ହେବ ଏବଂ ପିଲାମାନଙ୍କୁ ନୂଆ ଜିନିଷ ଶିଖିବାର ମଧ୍ୟ ଆବଶ୍ୟକତା ରହିଛି । ଏଥିପାଇଁ ସ୍କୁଲର ସମୟ ଏବଂ ନିୟମିତ ସ୍କୁଲ ଗତିବିଧିକୁ ସଂଶୋଧିତ କରାଯାଇଛି । ଏହି ପରିବର୍ତ୍ତନ ଲାକ୍ଷାଦ୍ୱୀପର ପ୍ରଶାସକ ପ୍ରଫୁଲ କେ ପଟେଲଙ୍କ ଆଦେଶରେ ହୋଇଛି ।

ତେବେ ଲାକ୍ଷାଦ୍ୱୀପରେ ଶୁକ୍ରବାର ବଦଳରେ ରବିବାର ଛୁଟି କରିବା ଆଦେଶରେ ବିରୋଧ ମଧ୍ୟ ହେଉଛି । ଲାକ୍ଷାଦ୍ୱୀପର ସାଂସଦ ମୋହମ୍ମଦ ଫୈଜଲ କହିଛନ୍ତି ଯେ ଯେବେ ୬ ଦଶକ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏଜୁକେସନ ଦେବା ପାଇଁ ସ୍କୁଲ୍ ଖୋଲିଥିା ସେବେ ଶୁକ୍ରବାର ସମ୍ପୂର୍ଣ୍ଣ ଛୁଟି ଏବଂ ଶନିବାର ଅଧାଦିନ ଛୁଟି ରହୁଥିଲା । କିନ୍ତୁ ଏବେ ଏମିତି ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ନିଷ୍ପତ୍ତି ସ୍କୁଲର କୌଣସି ବି ବଡି, ଜିଲ୍ଲା ପଞ୍ଚାୟତ ବା ସ୍ଥାନୀୟ ସାଂସଦଙ୍କ ସହିତ ବିନା ଚର୍ଚ୍ଚାରେ ନିଆଯାଇଛି । ମୋହମ୍ମଦ ଫୈଜଲ ଶରଦ ପାୱରଙ୍କ ପାର୍ଟି ଏନସିପିରୁ ସାଂସଦ ଅଛନ୍ତି । ଲାକ୍ଷାଦ୍ୱୀପ ଜିଲ୍ଲା ପଞ୍ଚାୟତର ଉପାଧ୍ୟକ୍ଷ ଓ କାଉନସେଲର ପିପି ଅବ୍ବାଦ ମଧ୍ୟ ଲାକ୍ଷାଦ୍ୱୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ପରାମର୍ଶଦାତାଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତି ଉପରେ ପୁଣି ବିଚାର କରିବାକୁ କହିଛନ୍ତି |

Related Posts