ରସିକିଆ ଟ୍ୟୁସନ୍‌ ସାର, ଦୁଇ ଛାତ୍ରୀଙ୍କୁ ଅପହରଣ କରିଥିବା ଅଭିଯୋଗ

ଗୁରୁ-ଶିକ୍ଷକର ପବିତ୍ର ସମ୍ପର୍କରେ ଲାଗୁଛି କଳଙ୍କ । ଦୁଇ ନାବାଳିକା ଛାତ୍ରୀଙ୍କୁ ଫୁସୁଲେଇ ଅପହରଣ କରିନେଇଥିବା ଟ୍ୟୁସନ୍ ଟିଚରଙ୍କ ନାଁରେ ଆସିଛି ସାଘାଂତିକ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି । ବଡ଼ଗଡ଼ ଥାନାରେ ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆଜି ଥାନାକୁ ଅଭିଭାବକ ଓ ବହୁ ମହିଳା ଆସି ଅଭିଯୋଗ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୋପାଳକୃଷ୍ଣ ବାଡ଼ତିୟା ନାମକ ଜଣେ ବ୍ୟକ୍ତି ନାବାଳିକା ଦୁଇ ଛାତ୍ରୀଙ୍କ ଘରକୁ ଟ୍ୟୁସନ୍ କରିବାକୁ ଯାଉଥିଲେ । ହେଲେ ଅଧିକ ସମୟ ଟ୍ୟୁସନରେ ଦେଉଥିବାରୁ ଅଭିଭାବକଙ୍କ ସନ୍ଦେହ ବଢ଼ିଥିଲା । ନିଜ ଘରେ ନରହି ହୋମ୍ ଟ୍ୟୁସନରେ କାହିଁକି ଏତେ ସମୟ ରହୁଛନ୍ତି କହି ଅଭିଭାବକ ଆପତ୍ତି ଉଠାଇଥିଲେ । ଏହାକୁ ନେଇ ଟ୍ୟୁସନ୍ ସାର୍ ନିଜ ଭୁଲ ହୃଦୟଙ୍ଗମ କ’ଣ କରିବେ ଓଲଟି ରାଗି ଯାଇ ଧମକ ବି ଦେଇଥିଲେ ।

ହେଲେ ଗତ ରବିବାର ଦିନ ଏସବୁର ସୀମା ଟପିଥିଲା । ଅଭିଭାବକଙ୍କ କିଛି ସମୟର ଅନୁପସ୍ଥିତର ସୁଯୋଗ ନେଇ ଦୁଇ ଝିଅଙ୍କୁ ଧରି ଚମ୍ପଟ୍ ମାରିଛନ୍ତି ଟ୍ୟୁସନ ସାର ବୋଲି ଥାନାରେ ଏତଲା ହୋଇଛି । ଦୁଇ ଜଣ ଛାତ୍ରୀଙ୍କ ଏକ ହାତ ଲେଖା ମଧ୍ୟ ସେମାନଙ୍କ ରୁମରୁ ମିଳିଛି । ଯେଉଁଥିରେ ସେମାନେ ୮ ଦିନ ପରେ ଫେରିବେ ବୋଲି ଉଲ୍ଲେଖ ରହିଛି ।

Related Posts