ମାଲକାନଗିରିରେ ସାମ୍ବାଦିକଙ୍କୁ ଗିରଫ ଘଟଣାକୁ ନେଇ ରାଜଧାନୀରେ ସାମ୍ବାଦିକଙ୍କ ପ୍ରତିବାଦ

ସତ୍ୟପାଠ 21/12 ଭୁବନେଶ୍ୱର: ମାଲକାନଗିରିରେ ସାମ୍ବାଦିକଙ୍କୁ ଗିରଫ ଘଟଣାକୁ ନେଇ ଭୁବନେଶ୍ୱରରେ ସାମ୍ବାଦିକଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଗିରଫ ସାମ୍ବାଦିକଙ୍କୁ ବିନା କୌଣସି ସର୍ତ୍ତରେ ଖଲାସ ପାଇଁ ଡିଜିପିଙ୍କୁ ଦାବିପତ୍ର ଦେଲେ । ସାମ୍ବାଦିକଙ୍କ ଉପରେ ପୋଲିସର ଅଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ସାମ୍ବାଦିକମାନେ । ଯେଉଁ ସାମ୍ବାଦିକ ଗିରଫ ହୋଇଛନ୍ତି, ସେମାନେ ନକ୍ସଲ ନୁହନ୍ତି । ସେମାନଙ୍କୁ ଥାନାକୁ ଡାକି ଆଲୋଚନା କରିପାରିଥାନ୍ତା ପୋଲିସ ।

ମାଓବାଦୀ ଭଳି ରାତିଅଧରେ ପୋଲିସ ଗିରଫ କରିବା ନିନ୍ଦନୀୟ । ରାତିଅଧରେ ଫୋର୍ସ ଲଗାଇ ବଳପୂର୍ବକ ଗିରଫ କରିଛି ପୋଲିସ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ପୁଣି ଦାବି ଉଠିଛି । ସାମ୍ବାଦିକଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି PCI ସଦସ୍ୟ ପ୍ରସନ୍ନ ମହାନ୍ତି । ସେ କହିଛନ୍ତି ଗିରଫଦାରୀକୁ ଦେଶ ତଥା ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଜର୍ଣ୍ଣାଲିଷ୍ଟ ମଧ୍ୟ ନିନ୍ଦା କରିଛି । ପୋଲିସ ଚାପରେ ପଡ଼ି ସାମ୍ବାଦିକଙ୍କୁ ଗିରଫ କରି ଫରୱାର୍ଡ କରିଛି ସେଥିପାଇଁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦରକାର । ଏହାସହ ସାମ୍ବାଦିକଙ୍କ ସୁରକ୍ଷା ଆଇନ ଆଣିବାକୁ ମଧ୍ୟ ଦାବି ଉଠାଇଛନ୍ତି। ସାମ୍ବାଦିକମାନଙ୍କ ବାକ୍ ସ୍ଵାଧୀନତା କ୍ଷୁଣ୍ଣ କରିବା ଅତି ନିନ୍ଦନୀୟ ଘଟଣା । ପୋଲିସ ଚାପରେ ପଡ଼ି କ୍ରୋଧବଶତଃ ସାମ୍ବାଦିକଙ୍କୁ ଗିରଫ କରିଛି ବୋଲି ଅଭିଯୋଗ ହେଉଛି । ସାମ୍ବାଦିକଙ୍କ ନାଁରେ ହୋଇଥିବା ମାମଲା ତୁରନ୍ତ ପ୍ରତ୍ୟାହାର ଦାବି ଧରିଛନ୍ତି ସାମ୍ବାଦିକ ମାନେ ।

Related Posts