ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ମାରିଲେ ୨ ଯୁବକ

ବାଲେଶ୍ବର ଜିଲ୍ଲାର ସୋରଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟି | ତେଲ ପକାଇବା ବାହାନାରେ ୨ ବାଇକ୍ ଆରୋହୀ ଚମ୍ପଟ ମାରିଛନ୍ତି |

ମିଳିଥିବା ସୂଚନା ଅନୁଯାୟୀ, ସୋରଠାରେ ଥିବା ଶ୍ରୀ ମହାବୀର ସର୍ଭିସ୍ ଷ୍ଟେସନ୍ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଛି। ଗତ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୨ ବାଇକ୍ ଆରୋହୀ ତେଲ ପକାଇବାକୁ ଶ୍ରୀ ମହାବୀର ସର୍ଭିସ୍ ଷ୍ଟେସନକୁ ଆସିଥିଲେ। ପେଟ୍ରୋଲ ପମ୍ପର କର୍ମଚାରୀ ତେଲ ପକାଉଥିବା ବେଳେ ଦୁଇ ବାଇକ୍ ଆରୋହୀ ଲୁଟେରା ବନ୍ଧୁକ ଦେଖାଇ କର୍ମଚାରୀଙ୍କ ବ୍ୟାଗ ସହ କ୍ୟାସ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ଏନେଇ ପେଟ୍ରୋଲ ପମ୍ପର କର୍ମଚାରୀ ସୋର ଥାନାରେ ଅଭିଯୋଗ କରିଥିଲେ | ପରେ ପୁଲିସ୍ ଘଟଣା ସ୍ଥଳରେ ପହଁଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି |

Related Posts