ବହୁ ଦିନର ଦାବି ପୂରଣ ହେଲା, ଜୁଲାଇ ୩୧ ରୁ ଚାଲିବ କଟକ – ବେଙ୍ଗାଲୁରୁ ଟ୍ରେନ୍‌

(ସତ୍ୟ ପାଠ) :ଏଥର କଟକରୁ ବେଙ୍ଗାଲୁରୁ ଯିବା ପାଇଁ ଆଉ ସମସ୍ୟା ନାହିାଁ ।ଏବେ ଅପେକ୍ଷାର ଘଟିଛି ଅନ୍ତ । ଦୀର୍ଘଦିନର ଦାବି ପରେ ଟ୍ରେନ୍‌ରେ ଏଣିକି କଟକରୁ ବେଙ୍ଗାଲୁରୁ ଯିବାର ସୁବିଧା ମିଳିବ। ପୂର୍ବରୁ ହୋଇଆସୁଥିବା ଦାବି ଶେଷରେ ପୂରଣ ହୋଇଛି । କଟକ ସହରବାସୀଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦାବି ହୋଇ ଆସୁଥିବା ବେଳେ ସାଂସଦ ସୁବାସ ସିଂହ ଏ ପ୍ରସଙ୍ଗ ଗଲା ମାର୍ଚ୍ଚ ୧୯ ତାରିଖରେ ଉକ୍ତ ପ୍ରସଙ୍ଗ ସଂସଦରେ ଉଠାଇଥିଲେ। ଶେଷରେ ଗତ ୨୨ ତାରିଖ ଦିନ ଏ ସଂକ୍ରାନ୍ତରେ ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଜୁଲାଇ ୩୧ ତାରିଖରୁ ଅଗରତାଲା ବେଙ୍ଗାଲୁରୁ କ୍ୟାଣ୍ଟ୍ ସ୍ପେଶାଲ (ନଂ ୦୫୪୮୮) ଓ ବାଙ୍ଗାଲୋର କ୍ୟାଣ୍ଟ୍ ଅଗରତାଲା ସ୍ପେଶାଲ୍ (ନଂ ୦୫୪୮୭) ଦୁଇଟି ଟ୍ରେନ୍ କଟକ ‌ଷ୍ଟେସନ ଦେଇ ଚଳାଚଳ କରିବ।

ଅଗରତାଲା ପଟୁ ଆସୁଥିବା ଟ୍ରେନ ସପ୍ତାହର ପ୍ରତ୍ୟେକ ଶନିବାର ଓ ବେଙ୍ଗାଲୁରୁ ପଟୁ ଆସୁଥିବା ଟ୍ରେନ ପ୍ରତି ମଙ୍ଗଳବାର କଟକ ଷ୍ଟେସନ ଦେଇ ଯାତାୟତ କରିବ କଟକ ଷ୍ଟେସନରେ ଦୁଇଟି ଯାକ ଟ୍ରେନ ପାଇଁ ଦୁଇ ମିନିଟ୍ ରହଣୀ ବ୍ୟବସ୍ଥା କରାଯାଇଥିବା ବେଳେ ଟ୍ରେନ ୧୧ଟା ୪୩ରେ ପହଞ୍ଚି ୧୧ଟା ୪୫ରେ ଛାଡ଼ିବାର ସମୟ ସିମା ନିର୍ଦ୍ଦାରିତ କରାଯାଇଛି । ପୂର୍ବରୁ ପ୍ରଶାନ୍ତି ଏକ୍ସପ୍ରେସ୍ ଭୁବନେଶ୍ବର ଷ୍ଟେସନରୁ ଭୋରୁ ଛାଡୁଥିବା ଏହି ଟ୍ରେନ ଧରିବା ପାଇଁ କଟକ ସହରବାସୀଙ୍କୁ ରାତି ଅଧରେ ଘରୁ ବାହାରିବାକୁ ପଡୁଥିଲା। ବର୍ତ୍ତମାନ ନୂଆ ଟ୍ରେନ୍ ଚଳାଚଳ ଫଳରେ ଛାତ୍ରଛାତ୍ରୀ, ସାଇଭକ୍ତ, ବିଭିନ୍ନ ସ୍ଥାନରୁ ଯାଇଥିବା ପାଇପ୍ ମିସ୍ତ୍ରି ବିଶେଷ ଉପକୃତ ହେବେ ।

Related Posts