ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

କେନ୍ଦୁଝର ଜିଲ୍ଲା ଯୋଡ଼ା ଏମ୍‌ଏମଟିସି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ଫଳରେ ଅକାରଣରେ ଚାଲିଯାଇଛି ୨ ଜଣଙ୍କ ଜୀବନ | ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହୋଇଛି | ଫଳରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି | ମୃତକ ଦ୍ୱୟ ହେଲେ ଜିତୁ ବିନ୍ଧାଣି ଓ ସ୍ୱପ୍ନେ ପାତ୍ର | ସେମାନଙ୍କ ଘର ଯୋଡ଼ାର ବାଚୁହାଟିରେ ହୋଇଥିବା ବେଳେ, ଜିତୁ ଓ ସ୍ୱପ୍ନେ ଜିନ୍ଦଲ କମ୍ପାନୀର କାଶିଆ ଖଣିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଜିତୁ ଓ ସ୍ୱପ୍ନେ ଡ୍ୟୁଟି ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏମ୍‌ଏମଟିସି ଛକ ନିକଟରେ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କାରି ଟାଟା ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ କାର୍ ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି |

Related Posts