୧୮ ତାରିଖରୁ ୩ଟି ଜିଲ୍ଲାରେ ବର୍ଷା: ଆଞ୍ଚଳିକ ପାଣିପାଗ ବିଭାଗ

ରାଜ୍ୟରେ କିଛି ଦିନ ବ୍ୟବଧାନ ପରେ ପୁଣି କିଛି ଜିଲ୍ଲାରେ ବର୍ଷା ହେଵା ନେଇ ଆଶଙ୍କା ଦେଖା ଦେଇଛି | ୧୭ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ସହ ଆସନ୍ତା ୧୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହେଵା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସଙ୍କ କହିବାନୁଯାୟୀ, ଫୁଲବାଣୀରେ ଆଜି ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଥିଲା । ଏହାବାଦ ବହୁ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଦାରିଙ୍ଗିବାଡ଼ିରେ ୭.୫ଡିଗ୍ରୀ, ସୋନପୁରର ୮.୮, ଝାରସୁଗୁଡ଼ାରେ ୯.୮, ଭବାନୀପାଟଣାରେ ୯.୯ ଥିଲା। ୨୪ ଘଣ୍ଟା ପରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଜଣାଯାଇଛି।

ଏହାବାଦ ଅନୁଗୁଳରେ ୧୧ଡିଗ୍ରୀ, ବଲାଙ୍ଗୀରରେ ୧୧.୩, ସମ୍ବଲପୁରରେ ୧୧.୫, ହୀରାକୁଦରେ ୧୧.୫ ଓ ବାରିପଦାରେ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୧୮ ତାରିଖରେ କାଁ ଭାଁ କେଉଁଠି ବର୍ଷା ହେବା ସହ ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ |

Related Posts