ବାତ୍ୟା ଜୱାଦର କ୍ଷୟକ୍ଷତିର ଆକଳନ ନେଇ ଓଡିଶା ଗସ୍ତରେ କେନ୍ଦ୍ରୀୟ ଦଳ

ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଦଳ | ବାତ୍ୟା ଜୱାଦ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ କେନ୍ଦ୍ରୀୟ ଦଳ ଆଜି ଓଡିଶା ଆସୁଛନ୍ତି । ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଡିସେମ୍ବର ୧୩ ତାରିଖ ଯାଏଁ ଯାଞ୍ଚ କରିବା ପରେ ରିପୋର୍ଟ ଦାଖଲ କରିବାର ସୂଚନା ରହିଛି ।

ସୂଚାନଯୋଗ୍ୟ, ଗତ ୪ ତାରିଖରେ ବାତ୍ୟା ଜୱାଦ ବାତ୍ୟା ରୂପ ବଦଳାଇ ଗଭୀର ଅବପାତ ରୂପରେ ଓଡିଶାକୁ ଅତିକ୍ରମ କରିଥିଲେ ବି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଏକାଧିକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଏକାଧିକ ଜିଲ୍ଲାରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିଶେଷ କରି ଗଂଜାମ, ଗଜପତି, ବାଲେଶ୍ୱର ପରି ଜିଲ୍ଲାରେ ବର୍ଷା ଯୋଗୁଁ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରିକି ଏଥିଯୋଗୁଁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି |

Related Posts