ଓମିକ୍ରନ ସଂକ୍ରମଣକୁ ନେଇ ମୁମ୍ବାଇରେ ୪୮ ଘଣ୍ଟା ପାଇଁ ୧୪୪ ଧାରା ଜାରି କଲା ପ୍ରଶାସନ

କରୋନା ଭାଇରସର ନୂଆ ଭାରିଏଣ୍ଟ୍‌ ଓମିକ୍ରନକୁ ନେଇ ଏବେ ସାରା ଦେଶରେ ଭୟର ବାତାବରଣ ଦେଖା ଦେଇଛି | ବିଶେଷ କରି କର୍ଣ୍ଣାଟକ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି | ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଆଜି ୧୪୪ ଧାରା ଜାରି କରାଯାଇଛି । ଆସନ୍ତା କାଲି (ରବିବାର) ମଧ୍ୟ ୧୪୪ ଧାରା ବଳବତ୍ତର ରହିବ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ମୁମ୍ବାଇରେ କୌଣସି ଶୋଭାଯାତ୍ରା, ସଭା ସମିତି ବା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଉପରେ ରହିତାଦେଶ ଜାରି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ଏଯାଏଁ ୧୭ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ବେଳେ, ପୂର୍ବରୁ ମହାରାଷ୍ଟ୍ରରୁ ୭ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୩ଜଣ ମୁମ୍ବାଇର ହୋଇଥିବାବେଳେ ୪ଜଣ ପିମ୍ପରି ଇଲାକାର । ଏବେ ଏମାନଙ୍କ ସଂଖ୍ୟା ୧୭ ରେ ପହଞ୍ଚିଥିବାରୁ ଉଭୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଛି । ତେଣୁ ବାଧ୍ୟ ହୋଇ ମୁମ୍ବାଇରେ ୧୪୪ ଧାରା ଲାଗୁ ହୋଇଛି ।

Related Posts