ବାପା ଓ ଝିଅର ସମ୍ପର୍କ ବେଶ ନିଆରା | ସେଥି ପାଇଁ ତା ବାପାର ଜୀବନ ପୁଅ ଅପେକ୍ଷା ଝିଅ ପାଖରେ ଲାଖି ରହିଥାଏ ବୋଲି ଲୋକେ କୁହନ୍ତି | ତେବେ ଏପରି ଏକ ଝିଅ ନିଜ ବିଭାଘରରେ ବାପାର ଅନୁପସ୍ଥିତିକୁ ଆଡେଇ ଦେଇ ତିଆରି କରିଛି ପ୍ରତିମୁର୍ତି | ନିଜ ବାପାର ପ୍ରତିମୁର୍ତି ଆଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛି | ମହାରାଷ୍ଟ୍ର ଜଳଗାଁଓର ଏହି ଘଟଣା | ନିଷ୍ଠୁର କରୋନା ତାଙ୍କ ବାପାଙ୍କୁ ସବୁଦିନ ପାଇଁ ସେମାନଙ୍କ ପାଖରୁ ଦୂରେଇ ଦେଲା ।
ନିଜ ବାହାଘରରେ ବାପାଙ୍କ ଆବର୍ତ୍ତମାନରେ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଚାହୁଁ ନଥିଲେ ଝିଅ । ବିଳମ୍ବ ନକରି ବାପାଙ୍କର ପ୍ରତିମୂର୍ତ୍ତି ତିଆରି କଲେ । ସେହି ପ୍ରତିମୂର୍ତ୍ତି ଆଗରେ ବିବାହ ବନ୍ଧନରେ ଆବଦ୍ଧ ହେଲେ । ଜଳଗାଁଓ ଜିଲ୍ଲାର ପାଚୋରାରେ ପ୍ରିୟଙ୍କା ପାଟିଲଙ୍କ ବିବାହକୁ ନେଇ ଏବେ ସବୁଠୁ ଚର୍ଚ୍ଚା । ନିଦ ଦିବଂଗତ ବାପା ଭାଗବତ ପାଟିଲଙ୍କ ପ୍ରତିମୂର୍ତ୍ତି ଆଗରେ ବିବାହର ସମସ୍ତ ରୀତିନୀତି ହୋଇଥିଲା । ପ୍ରିୟଙ୍କାଙ୍କୁ ଲାଗୁଥିଲା ବାପା ଯେମିତି ତାଙ୍କ ଆଗରେ ବସି ଆଶୀର୍ବାଦ କରୁଛନ୍ତି ।