ମହାରାଷ୍ଟ୍ରର ତାଲୁକର କରଞ୍ଜୀ ଫାଟା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଓ ଅଟୋ ମୁହାଁମୁହିଁ ଧକ୍କାରେ ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାର ହିମାୟତନଗର ତାଲୁକର କରଞ୍ଜୀ ଫାଟା ନିକଟରେ ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।

ତେବେ ମୃତକମାନେ ବିହାରର ଶ୍ରମିକ ହୋଇଥିବା ବେଳେ ସେମାନେ ରେଳବିଭାଗର କାର୍ଯ୍ୟରେ ନିୟୋଜିତ ଥିବା ସୂଚନା ରହିଛି ।ଏହି ଶ୍ରମିକମାନେ ଅଟୋରେ ଘରକୁ ଫେରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ଅଟୋ ସହ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନନ୍ଦେଡକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Related Posts