ରାସ୍ତା ମଝିରେ ଲଜ୍ୟା: କଲେଜ୍ ଛାତ୍ରୀଙ୍କୁ ଜୋରଜବରଦସ୍ତି ୫୦୦ ମିଟର ଯାଏଁ ଘୋଷାଡି ନେଲେ ଅଟୋ ଡ୍ରାଇଭର

ମହାରାଷ୍ଟ୍ର: ମହାରାଷ୍ଟ୍ର ଥାଣେରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ କଲେଜ ଛାତ୍ରୀଙ୍କ ସହ ରାସ୍ତା ମଝିରେ ଜୋରଜବରଦସ୍ତି କରିଛନ୍ତି ଅଟୋ ଡ୍ରାଇଭର । ଛାତ୍ରୀ ଜଣକ ଅଟୋରେ ବସିବାକୁ ରାଜି ନହେବାରୁ ତାଙ୍କୁ ପାଖାପାଖି ୫୦୦ ମିଟର ଯାଏଁ ଘୋଷାଡି ନେଇଯାଇଥିଲା ଅଟୋ ଡ୍ରାଇଭର ।

ଶୁକ୍ରବାର ଅପରାହ୍ନ ସମୟରେ ଛାତ୍ରୀ ଜଣକ କଲେଜରୁ ଘରକୁ ଫେରୁଥିବାବେଳେ ତାଙ୍କୁ ନିଜ ଅଟୋରେ ବସିବାକୁ କହିଥିଲା ଡ୍ରାଇଭର । ହେଲେ ଆବଶ୍ୟକ ନାହିଁ କହି ଛାତ୍ରୀଜଣକ ଆଗକୁ ବଢିଥିଲେ । ହେଲେ ତାଙ୍କ ହାତକୁ ଧରି ଟଣା ଓଟରା କରିବା ପରେ ଅଟା ଷ୍ଟାର୍ଟ କରିଥିଲା ଡ୍ରାଇଭର । ଛାତ୍ରୀ ଜଣଙ୍କୁ ପାଖାପାଖି ୫୦୦ ମିଟର ଯାଏଁ ଘୋଷାଡି ନେଇଥିଲା । ବଳପ୍ରୟୋଗ କରି ଲାଜପତ ମେଟ୍ରୋ ଷ୍ଟେସନ ପାଖରୁ ନିଜକୁ ଅଟୋ ଡ୍ରାଇଭର କବଳରୁ ମୁକୁଳାଇବା ପରେ ଛାତ୍ରୀଜଣକ ସାହାଯ୍ୟ ପାଇଁ ଚିିକ୍ରାର କରିବାରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିଲା ।

ଏହି ଘଟଣାରେ ପୋଲିସ ପକ୍ସୋ ଆକ୍ଟ ଅଧିନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ ଘଟଣାସ୍ଥଳର ସମସ୍ତ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି ।

ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Related Posts