ଦେବଗଡ଼, (ସତ୍ୟପାଠ ବ୍ୟୁରୋ): ଦେବଗଡ଼ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନର କୁରଡ଼ପଶି ଗାଁରେ ବାରହା ପଶି ଆତଙ୍କ ସୃଷ୍ଟି କରିଛି। ସକାଳୁ ସକାଳୁ ଜଣେ ଗ୍ରାମବାସୀଙ୍କୁ ଆକ୍ରମଣ କରିଛି ବାରହା। ସକାଳୁ ନଦୀକୁ ଯାଉଥିବା ବେଳେ ବାରହା ଆକ୍ରମଣରେ ଶୀକାର ହୋଇ ଗୁରୁତର ଭାବେ ଆହତ ହୋଇଥିଲେ ବ୍ୟକ୍ତି। ଆହତ ବ୍ୟକ୍ତି ଜଣକ ସେହି ଗାଁର କଷ୍ଟୁ ସାହୁ । ଘଟଣା ଘଟିବା ପରେ ଗାଁଲୋକେ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ପାଇଁ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ଅନେକ ଲୋକ ହାତୀ ଆକ୍ରମଣର ଶିକାର ହୋଇଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ବି ହୋଇଥିଲା । ଆଜି ବାରହା ଆକ୍ରମଣରେ ଜଣେ ଗୁରୁତର ଆହତ ହେବା ପରେ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ବନ ବିଭାଗ ସହଯୋଗ କରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଯାଇଛି ।
