ବାରାଣସୀର ବିଜେପି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ

ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ | ଏନେଇ ନିର୍ବାଚନୀ ମାହୋଲ ସରଗରମ ରହିଛି | ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି | ସେପଟେ କରୋନା ସଂକ୍ରମଣକୁ ନେଇ ନିର୍ବାଚନ କମିଶନ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି | ସଭା ଓ ସମିତି ଉପରେ ରୋକ ଲାଗିଛି | ତେବେ ଏବେ ଭରଚୁଆଲ ମାଧ୍ୟମରେ ପ୍ରଚାର ଆରମ୍ଭ କରିଛନ୍ତି ରାଜନେତା | ଡିଜିଟାଲ ମାଧ୍ୟମରେ ପ୍ରଚାର କରୁଛନ୍ତି ରାଜନେତା । କାରଣ ନିର୍ବାଚନ ଆୟୋଗ ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ ରୋଡ ଶୋ’ ଓ ରାଲି କରିବାକୁ ମନା କରିଦେଇଛନ୍ତି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀର ବିଜେପି କର୍ମକର୍ତ୍ତାଙ୍କୁ ଡିଜିଟାଲ ମାଧ୍ୟମରେ ସମ୍ବୋଧିତ କରିବେ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗଙ୍କ ତରଫରୁ ଉତ୍ତର ପ୍ରଦେଶ ସମତେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ କର୍ମକର୍ତ୍ତାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ।

Related Posts