ବାଲିଅନ୍ତା ବ୍ଳକ ବେଂଟପୁର ପଂଚାୟତର ସରପଂଚ ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ, ଥାନାରେ ଏତଲା

ସରପଂଚ ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ | ଗତ ଦୁଇ ଦିନ ହେଲା ସେ ନିଖୋଜ ଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି | ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ବେଂଟପୁର ପଂଚାୟତର ସରପଂଚ ପ୍ରାର୍ଥୀ ଶ୍ରଦ୍ଧାଂଜଳି ତ୍ରିପାଠୀଙ୍କ ସ୍ୱାମୀ ପୀତବାସ ଦାଶ ନିଖୋଜ ଅଛନ୍ତି | ସୋମବାର ସଂଧ୍ୟା ପରଠାରୁ ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପତ୍ନୀ ଶ୍ରଦ୍ଧାଂଜଳି ।

ଗତକାଲି ସ୍ଥାନୀୟ ମଣିଦାସ ବରଗଛ ବଜାରରୁ ପୀତବାସଙ୍କ ବାଇକ୍ ଉଦ୍ଧାର କରାଯାଇଛି । ନିଖୋଜ ଥିବା ପୀତବାସ, ଦୈନିକ ଓଡ଼ିଆ ଖବର କାଗଜର ସ୍ଥାନୀୟ ପ୍ରତିନିଧି ଭାବେ କାମ କରନ୍ତି । ରାଜନୈତିକ ଶତ୍ରୁତା କି ଏହାର ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ । ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ବାଲିଅନ୍ତା ଥାନା ଅଧିକାରୀ |

ରାଜ୍ୟରେ ଏବେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଚାଲିଥିବା ବେଳେ, ଅନେକ ସ୍ଥାନରେ ଅନେକ ନିର୍ବାଚନୀ ହିଂସା ଘଟୁଥିବା ଦେଖିବାକୁ ମିଳିଛି | ଏପରିକି ହତ୍ୟା କାଣ୍ଡ ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି | ଯାହାକୁ ନେଇ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଛି | ପୋଲିସ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ପାଇଁ ଚିନ୍ତା ବଢ଼ାଇଦେଉଛି |

Related Posts