ବାଲେଶ୍ୱରରେ ନକଲି ମଦ ତିଆରି ବେଳେ ପୋଲିସର ଚଢଉ

ସତ୍ୟପାଠ 24/12 ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ମଦର ବନ୍ୟା ଦେଖିବାକୁ ମିଳୁଛି । ବହୁ ସ୍ଥାନରେ ଅବିକଳ ନକଲ କରି ବହୁ ବ୍ରାଣ୍ଡର ମଦ ତିଆରି ସହ ବିକ୍ରି କରୁଛନ୍ତି ମଦ ମାଫିଆ । ଯାହାକୁ ସେବନ କରି ଅନେକ ରୋଗାଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଫ୍ଲାଇଂ ସ୍କ୍ୱାଡ୍ ଚଢଉକୁ ଜୋରଦାର କରିଛି । ଶୁକ୍ରବାର ବିଶେଷ ସୂତ୍ରରୁ ଖବର ପାଇ କଟକ ଫ୍ଲାଇଂ ଟିମ୍ ଘାଟଘରସାହି ଅଞ୍ଚଳରେ ଚଢ଼ାଉ କରି ବହୁ ବ୍ରାଣ୍ଡର ନକଲି ମଦ ଜବତ କରିଛି । ଏହା ସହ ବିଭିନ୍ନ ମଦ ରନ୍ଧା ସରଞ୍ଜାମ ଜବତ କରିଛି।ନକଲି ମଦ ତିଆରି କରୁଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏଭଳି ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।ତେବେ ଜବତ ହୋଇଥିବା ସାମଗ୍ରୀ ନକଲି ନୁହଁ ବରଂ ସରକାରୀ ଦୋକାନର ବଳକା ମଦ ଗଛିତ ଥିଲା ବୋଲି କୁହାଯାଉଛି।

Related Posts