ଇମେଲ୍ ଜରିଆରେ ବୁଲୁଛି ଭାଇରସ୍: ଆପଣଙ୍କ ଟଙ୍କାକୁ କରୁଛି ଟାର୍ଗେଟ୍

ସତ୍ୟପାଠ 24/12 ନୂଆଦିଲ୍ଲୀ: ବର୍ତ୍ତମାନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି ,ଏବେତ ଇମେଲ୍ ଜରିଆରେ ବୁଲୁଛି ଭାଇରସ୍ । ଯାହା ଆପଣଙ୍କ ଟଙ୍କାକୁ ଟାର୍ଗେଟ୍ କରୁଛି । ଭାରତ ସରକାର ଏଥିଲାଗି କମ୍ପ୍ୟୁଟର ଏମର୍ଜେନସି ରେସପନ୍ସ ଟିମ୍ ବା ସିଇଆରଟି-ଇନ୍ ଜରିଆରେ ଭାଇରସ ଆଲର୍ଟ ଜାରି କରିଛନ୍ତି । ଦେଶର ଅନେକ କମ୍ପ୍ୟୁଟରରେ ଏହି ଭାଇରସ୍ ଠାବ ହେବା ପରେ ସତର୍କ ସୂଚନା ଜାରି କରାଯାଇଛି । ଡାଏଭୋଲ ରାନସମୱେର ନାମକ ଏହି ଭାଇରସ୍ ୱିଣ୍ଡୋସ୍ କମ୍ପ୍ୟୁଟର ଗୁଡ଼ିକୁ ଟାର୍ଗେଟ୍ କରୁଛି ଏବଂ ଥରେ ଏହା ଆକ୍ଟିଭ ହେଲେ କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ଲକ୍ କରିଦେଉଛି । ଲକ୍ କରିଦେବା ପରେ ଏହା ୟୁଜରମାନଙ୍କୁ ବିଟ୍ କଏନ ଜରିଆରେ ଟଙ୍କା ଟ୍ରାନସଫର କରିବା ଲାଗି କହିଥାଏ । ଇମେଲ ଜରିଆରେ ଏହି ଭାଇରସ୍ ଆକ୍ଟିଭ ହୋଇଥାଏ ଏବଂ ୱାନଡ୍ରାଇଭ ସହ ଏହାର ଲିଙ୍କ ରହିଥାଏ । ଯେଉଁମାନେ ଏକ୍ଷେତ୍ରରେ ସଚେତନ ରହି ନଥାନ୍ତି ସେମାନଙ୍କ କମ୍ପ୍ୟୁଟର ସିଷ୍ଟମ ସମ୍ପୂର୍ଣ୍ଣ ଲକ୍ ହୋଇଯାଇଥାଏ ।
ଏପରିକି ଅନେକ ଫାଇଲ୍ ଡିଲିଟ୍ ହୋଇଯାଇଥାଏ । ସରକାରଙ୍କ ପକ୍ଷରୁ କୁହାଯାଇଛି ଏହି ଭାଇରସ୍ Microsoft Visual C, C++ କମ୍ପାଇଲର ଦ୍ୱାରା ସଂଯୁକ୍ତ ହୋଇଥାଏ ଏବଂ ୟୁଜର ମୋଡ୍ ଆସିନକ୍ରୋନୋସ ପ୍ରସିଡ୍ୟୁର କଲସ୍ ବା ଏପିସିକୁ ବ୍ୟବହାର କରି ସମସ୍ତ ଫାଇଲକୁ ଲୁଚାଇ ଦେଇଥାଏ ବା ଡିଲିଟ୍ କରିଦେଇଥାଏ । ସିଇଆରଟି-ଇନ୍ ଅନୁସାରେ ଡାଏଭୋଲ ଭାଇରସ୍ ବ୍ୟାପକ ମାତ୍ରାରେ ଇମେଲ୍ ଜରିଆରେ ପରିବ୍ୟାପ୍ତ ହେଉଛି । ୱାନ୍ ଡ୍ରାଇଭ ଲିଙ୍କ୍ ଜରିଆରେ ଏହି ଭାଇରସ୍ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଦେଇ ୟୁଜରଙ୍କୁ ବ୍ଲାକମେଲ କରିଥାଏ ଏବଂ ବିଟକଏନ ଜରିଆରେ ଟଙ୍କା ଜମା କରିବା ଲାଗି କହିଥାଏ । ନଚେତ୍ କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ଅକାମୀ କରିଦେଇଥାଏ । ଥରେ ଏହା ଆକ୍ଟିଭ ହୋଇଗଲେ ଏକ ରିମୋଟ ସର୍ଭର ଜରିଆରେ କମ୍ପ୍ୟୁଟରକୁ ପଞ୍ଜିକୃତ କରି ଦେଇଥାଏ । ଏହା ପରେ କମ୍ପ୍ୟୁଟର ବନ୍ଦ ହୋଇଯିବା ସହ ଡେସ୍କଟପ ୱାଲପେପର ବଦଳି ଯାଇଥାଏ ଏବଂ ଏକ ମେସେଜ ଆସିଥାଏ । ଏହି ବିପଦରୁ ରକ୍ଷା ପାଇବା ଲାଗି ୟୁଜରମାନେ ଅପଡେଟ ସଫ୍ଟୱେର ଇନଷ୍ଟାଲ କରିବାକୁ କୁହାଯାଇଛି । ଏହି ବିପଦଗୁଡ଼ିକୁ ଚିହ୍ନଟ କରିବା ଲାଗି ସମସ୍ତ ଇନକମିଂ ଓ ଆଉଟ ଗୋଇଙ୍ଗ୍ ଇମେଲ ଗୁଡ଼ିକୁ ସ୍କାନ କରିବାକୁ ପରାମର୍ଶ ଦିଆଯାଇଛି । ଏହାଛଡା ସିକ୍ୟୁରିଟି ଜୋନରେ ନେଟୱର୍କ ସେଗମେଣ୍ଟେସନ ଓ ସେଗ୍ରିଗେସନ ପ୍ରକ୍ରିୟା କରିବା ଲାଗି ମଧ୍ୟ କୁହାଯାଇଛି । ଏହା ଦ୍ୱାରା ସ୍ପର୍ଶକାତର ସୂଚନାଗୁଡ଼ିକୁ ସୁରକ୍ଷିତ ରଖାଯାଇ ପାରିବ । ଯଦି ୟୁଜରମାନେ ସେମାନଙ୍କ ରିମୋଟ ଡେସ୍କଟପ୍ ପ୍ରୋଟୋକଲ ବା ଆଇଡିପି ବ୍ୟବହାର କରୁନଥାନ୍ତି ତେବେ ତାହାକୁ ଡିଜାବଲ କରିବା ଲାଗି କୁହାଯାଇଛି ଯାହା ଦ୍ଵାରା ଡାଟା ସୁରକ୍ଷିତ ରହିପାରିବ |

Related Posts