ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ ସରକାରୀ ଜୁମଲା ନ ହେଉ; ମେଡିକାଲ ଫୋରମ୍

BSKYକୁ ନେଇ ଚିନ୍ତାରେ ସାଧାରଣ ଲୋକେ , ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି ଅନେକ ରୋଗୀସତ୍ୟପାଠ 20/12 BSKYକୁ ନେଇ ଚିନ୍ତାରେ ସାଧାରଣ ଲୋକେ, ତେବେ ଏହି ସେବା ଆରମ୍ଭରୁ ଯଦି ଏଭଳି ସମସ୍ୟା ଆସେ ତାହେଲେ ଭବିଷ୍ୟତରେ କଣ ହେବ ତାକୁ ନେଇ ଚିନ୍ତାରେ ସାଧାରଣ ଲୋକେ । ଯୋଜନାରେ ଥିବା କେତେଗୁଡିଏ ନିୟମାବଳୀରେ ସ୍ପଷ୍ଟତା ନଥିବା କାରଣ ପାଇଁ ଏଥିରେ ଆଉ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ ବୋଲି କହିଛି ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଫୋରମ୍ ।

ଅନେକ ଚିକିତ୍ସାକୁ ନେଇ ସରକାରଙ୍କ ଧାର୍ଯ୍ୟ ଦେୟ ଯଥେଷ୍ଟ କମ୍ ଥିବା କାରଣରୁ ସେଥିରେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ ବୋଲି ପ୍ରେସ୍ରମିଟରେ କୁହାଯାଇଛି । ଯଦି ଜଣେ ରୋଗୀର ବୀମାରାଶି ଠାରୁ ଅଧିକ ଦେୟ ହୁଏ ତାହେଲେ ତାକୁ କିଏ ଭରଣା କରିବେ ତାହା ମଧ୍ୟ କିଛି ସ୍ପଷ୍ଟତା ନାହିଁ । ରୋଗୀ, ସିଡିଏମ୍ଓଙ୍କ ଠାରୁ ରେଫର୍ ସାର୍ଟିଫିକେଟ୍ ଆଣିଲେ ହିଁ ଘରୋଇ ମେଡିକାଲ୍‌ରେ ଏହି ଯୋଜନାରେ ସେବା ପାଇପାରିବା କଥା ଅଧିକାଂଶ ଲୋକଙ୍କୁ ଜଣାନାହିଁ । ସେମାନେ ସିଧାସଳଖ ରୋଗୀଙ୍କୁ ନେଇ ଘରୋଇ ହସ୍ପିଟାଲରେ ଭର୍ତ୍ତି କରୁଥିବାରୁ BSKYରେ ଚିକିତ୍ସାସେବା ଯୋଗାଇ ହେଉନାହିଁ । ଏହାସହ ଏମ୍ଓୟୁ ଅନୁସାରେ ୩୦ ଦିନ ଭିତରେ ଚିକିତ୍ସା ବାବଦ ଦେୟ ସରକାର ଭରଣା କରିବା ନିୟମ ଥିବା ବେଳେ, ଗତ ୪ ମାସ ହେଲା ସରକାର ଏହା ଦେଉନଥିବା ଜଣାପଡିଛି | ଯାହାକି ବର୍ତମାନ ସମୟରେ ଚିନ୍ତାରେ ଏହି ଯାଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଲୋକେ ।

ଗୋଟେପଟେ ରାଜ୍ୟସରକାର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ୍ କୁ ନେଇ ଜୋରଦାର ପ୍ରଚାର କରୁଥିବା ବେଳେ ତାହାର ବାସ୍ତବ ଚିତ୍ରକୁ ହିତାଧିକାରୀ ଏବେ ଚିନ୍ତାରେ। ଯଦି ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ ନହୁଏ ତାହାହେଲେ ଆଉ ଆଗକୁ BSKY ହେଲ୍ଥ କାର୍ଡରେ ଚିକିତ୍ସା ଯୋଗାଇବା ସମ୍ଭବ ନୁହେଁ ବୋଲି କହିଛି ସଂଘ । ତେବେ ଏନେଇ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts