ବାଲେଶ୍ବର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଶୋଭାରାମପୁର ରେଳ ଓଭରବ୍ରିଜର କଲେ ଉଦଘାଟନ

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସହରରେ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ଅବସରରେ ଆଜି ବାଲେଶ୍ଵରରେ ପହଞ୍ଚି ପ୍ରଥମେ ଶୋଭାରାମପୁର ରେଳ ଓଭରବ୍ରିଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନ କରିବା ପରେ ଓଭର ବ୍ରିଜରେ ଚାଲିଚାଲି ଗଲେ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଆଜି ଶୋଭାରାମପୁର ରେଲୱେ ଓଭରବ୍ରିଜ (LC-79)ର ଉଦଘାଟନ କରିବା ସହିତ ୬୯ଟି ଅନ୍ୟ ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ । ଯାହାର ମୂଲ୍ୟ ୩୭୫ କୋଟି ଟଙ୍କା ରହିଛି । ଏହାସହ ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କା ମୂଲ୍ୟର ୧୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୬୦୦୦୦ ସଦସ୍ୟ ବିଶିଷ୍ଟ ୫୬୦୦ ଗୋଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ରାଶି ଜିଲ୍ଲା ପ୍ରଶାସନ ବାଲେଶ୍ବରର ଏକ ଅଭିନବ ପଦକ୍ଷେପ “ଏକ ଗ୍ରାମପଞ୍ଚାୟତ – ଏକ ଉତ୍ପାଦ” କାର୍ଯ୍ୟକ୍ରମକୁ ଆଗେଇନେବ । ଏହାଦ୍ଵାରା ମିଶନ ଶକ୍ତି ମହିଳା ମାନଙ୍କର ଜୀବିକାର ଉନ୍ନତି ତଥା ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହ ନୂତନ ଜ୍ଞାନକୌଶଳର ବିକାଶକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି ।

Related Posts