ବାଲେଶ୍ବର(ସତ୍ୟପାଠ ବ୍ୟୁରୋ): ନିଜେ ପକାଇଥିବା ବିଦ୍ୟୁତଫାଶରେ ପଡ଼ି ମୃତ୍ୟୁ। ଗାଈଗୋରୁଙ୍କଠାରୁ ଫସଲକୁ ବଞ୍ଚାଇବା ପାଇଁ ବିଲରେ ବିଦ୍ୟୁତ ତାର ବିଛାଇଥିଲେ। ହେଲେ ସେହି ବିଦ୍ୟୁତ ତାରରେ ସସ୍ପର୍ଶରେ ଆସି ଜୀବନ ଚାଲିଗଲା। ବିଦ୍ୟୁତ ଆଘାତରେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାବୁଲି ଦାସ ଓ ପାର୍ବତୀ ମୁଣ୍ଡା। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମହିଷାପଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟିଛି। ସୂଚନା ଯୋଗ୍ୟ ଯେ, ବାବୁଲି ବିଲରେ ପଡ଼ିଥିବା ତଳିକୁ ଗାଈ ଗୋରୁଙ୍କଠାରୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ ତାର ବିଛାଇ ଥିଲେ। ଆଜି ଅଜାଣତରେ ତାର ନ ଖୋଲି ସେହି ବିଲକୁ ଯାଇଥିବାବେଳେ ପୂର୍ବରୁ ବିଛା ଯାଇଥିବା ବିତ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ବିଲରେ ଛଟପଟ ହେଉଥିବା ଦେଖି ଜଣେ ବୃଦ୍ଧା ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦମକଳ ବାହିନୀ ଓ ଆମ୍ବୁଲାନ୍ସ ଆସି ମୃତଦେହ ଉଦ୍ଧାର କର ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
