ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍‌ ଅଭିନେତା ଫରହାନ୍‌ ଅଖ୍‌ତର ଓ ଶିବାନୀ ଦାଣ୍ଡେକର

ବଲିଉଡ ରେ ପୁଣି ଆଉ ଜଣେ ପପୁଲାର ଯୋଡ଼ିଙ୍କ ପଡିଲା ହାତଗଣ୍ଠି | ବିବାହ ପରି ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ ଅଭିନେତା ଫରହାନ୍‌ ଅଖ୍‌ତର ଓ ପ୍ରେମିକା ଶିବାନୀ ଦାଣ୍ଡେକର | ଉଭୟ ଦୀର୍ଘ ଚାରି ବର୍ଷ ଧରି ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ବେଳେ ଏବେ ପରସ୍ପରକୁ ଜୀବନ ସାଥି ରୂପେ ବାଛିଛନ୍ତି | ବିବାହକୁ ନିଆରା କରିବା ପାଇଁ ଭିନ୍ନ ଢଙ୍ଗରେ କରିଛନ୍ତି । ନାଁ ସାତ ଫେରା ନେଲେ ନାଁ ହିଁ ନିକା କଲେ । ଦୁହେଁ Vowରେ କରିଛନ୍ତି ବିବାହ । ତାହା ହେଉଛି ଏକ ଶପଥ ବା ପ୍ରମିସ୍‌ । ସେମାନଙ୍କ ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବ୍ୟକ୍ତିଗତ ଜୀବନ ଦେଖିଲେ ଫର୍‌ହାନ ଅଧୁନା ଭବାନୀଙ୍କୁ ପ୍ରଥମେ ବିବାହ କରିଥିଲେ। ୨୦୧୬ରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୭ରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା। ଏହି ବିବାହରୁ ସେମାନଙ୍କର ଦୁଇ ଝିଅ ରହିଛି। ପେସାରେ ଅଧୁନା ଜଣେ ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ। ଲଣ୍ଡନରେ ତାଙ୍କ ଜନ୍ମ। ଫର୍‌ହାନଙ୍କ ଠାରୁ ଅଧୁନା ଥିଲେ ୬ ବର୍ଷ ବଡ଼ । ପରେ ଅନେକ ନାୟିକାଙ୍କ ସହ ଫରହାନଙ୍କ ନାଁ ଯୋଡ଼ା ଯାଇଥିଲା। ଅଦିତି ରାଓ ହୈଦରୀ ଏବଂ ଶ୍ରଦ୍ଧା କପୁର ପ୍ରମୁଖ ରହିଥିଲେ। ହେଲେ ଶେଷରେ ଶିବାନୀ ହିଁ ତାଙ୍କ ଜୀବନସାଥୀ ହୋଇଥିଲେ।

ହ୍ରିତିକ ରୋଶନ ତାଙ୍କ ପରିବାର ସହିତ ଫରହାନ-ଶିବାନୀଙ୍କ ବିବାହରେ ପହଞ୍ଚିଛନ୍ତି । ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗ୍ବାରିକର ଏବଂ ସତୀଶ କୌଶିକଙ୍କ ସମେତ ଅନେକ ତାରକା ଏହି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ସମୟରେ, ଶିବାନୀଙ୍କ ଭଉଣୀ ଅନୁଷା ଦାଣ୍ଡେକର ଏଠାରେ ଉପସ୍ଥିତ ଅଛନ୍ତି । ଏହା ସହିତ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ଅଛନ୍ତି। ବିବାହର ପ୍ରଥମ ଫଟୋରେ ଫରହାନ ଏକ କଳା ରଙ୍ଗର ସୁଟ ପିନ୍ଧିଥିବାବେଳେ ଶିବାନୀ ଏକ ଲାଲ୍ ଗାଉନରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।ଫରହାନ-ଶିବାନୀଙ୍କ ବିବାହ ଖବର ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହି ଆସିଥିଲା

Related Posts