ବିଶ୍ବର ୧୦୦ ସବୁଠୁ ଶକ୍ତିଶାଳୀ ମହିଳା ତାଲିକାରେ ସୀତାରମଣ

ପ୍ରକାଶ ପାଇଛି ବିଶ୍ବର ୧୦୦ ସବୁଠୁ ଶକ୍ତିଶାଳୀ ମହିଳା(World’s 100 most powerful woman) ତାଲିକା | ଏହି ତାଲିକାରେ ଲଗାତାର ତୃତୀୟ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ Forbesର ଶକ୍ତିଶାଳୀ ମହିଳା ତାଲିକାରେ ରହିଛନ୍ତି । ଚଳିତ ବର୍ଷ ଅର୍ଥମନ୍ତ୍ରୀଙ୍କ ରାଙ୍କିଙ୍ଗ ୩୭ ନଂକୁ ବଢିଛି । ଏହାସହିତ ସେ ଆମେରିକାର ପ୍ରତିପକ୍ଷ ଜାନେଟ ୟେଲେନଙ୍କ ଠାରୁ ଦୁଇଟି ରାଙ୍କିଙ୍ଗରେ ଆଗୁଆ ଅଛନ୍ତି । ଗତବର୍ଷ ୪୧ତମ ସ୍ଥାନରେ ରହିଥିଲେ ସୀତାରମଣ ।

ଏହି ତାଲିକାରେ ସିଇଓ, ଉଦ୍ୟୋଗୀ, ନେତା ଆଦି ବ୍ୟକ୍ତିବିଶେଷଙ୍କୁ ସ୍ଥାନ ଦିଆଯାଇଛି | Nykaa ମାଲିକ ଫାଲଗୁନି ନାୟର(Falguni Nayar) ମଧ୍ୟ ଏହି ଲିଷ୍ଟରେ ସ୍ଥାନ ପାଇଛନ୍ତି । ସେ ୮୮ତମ ସ୍ଥାନରେ ରହିଛନ୍ତି । ଅନ୍ୟ ଭାରତୀୟ ମହିଳା ବ୍ୟବସାୟୀଙ୍କ ମଧ୍ୟରେ HCL ଟେକ୍ନୋଲୋଜି ଅଧ୍ୟକ୍ଷା ରୋସ୍ନି ନାଦାର(Roshni Nadar), ବାୟୋକନ(Biocon) ପ୍ରତିଷ୍ଠାତା କିରନ ମଜୁମଦାର-ସ(Kiran Mazumdar-Shaw) ମଧ୍ୟ Forbes ରାଙ୍କିଂ ଲିଷ୍ଟରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।ଚଳିତ ବର୍ଷ ମାକକେନଜିଏ(MacKenzie) ଜର୍ମାନ ଚାନସେଲର ଆଞ୍ଜେଲ ମର୍କେଲ(Angela merkel)ଙ୍କୁ ପଛରେ ପକାଇ World’s 100 most powerful owman ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି ।

Related Posts