ବେଙ୍ଗାଲୁରୁ କାନନାକଟେ ନିକଟସ୍ଥ ଜାଗାଲୁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ କାନନାକଟେ ନିକଟସ୍ଥ ଜାଗାଲୁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ଏହି ଦୁର୍ଘଟଣାରେ ଅକାଳରେ ଚାଲିଯାଇଛି ୭ ଜଣଙ୍କ ଜୀବନ | କାନନାକଟେ ନିକଟସ୍ଥ ଜାଗାଲୁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରୋଡ ଡିଭାଇଡକୁ ଧକ୍କା ଦେଲା କାର । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆଜି ସକାଳ ୫୦ନଂ ଜାତୀୟ ରାଜପଥରେ କାର ଡିଭାଇଡରକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଛି । ତେବେ ବେଙ୍ଗାଲୁରୁରୁ ହସ୍ପେଟକୁ ଯିବା ବାଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ, ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ |

Related Posts