ଗୌହାଟୀ-ବିକାନେର୍ ଏକ୍ସପ୍ରେସ୍ ଦୁର୍ଘଟଣା ଘଟଣା: ୯ ଜଣକ ମୃତ୍ୟୁ, ୩୬ ଆହତ, ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ରେଳମନ୍ତ୍ରୀ

ଗତକାଲି (ଗୁରୁବାର) ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟରେ ଗୌହାଟୀ-ବିକାନେର ଏକ୍ସପ୍ରେସ (15633) ଲାଇନଚ୍ୟୁତ ହୋଇଥିଲା | ଏହି ଦୁର୍ଘଟଣାରେ ଗୌହାଟୀ ଓ ବିକାନେର ଏକ୍ସପ୍ରେସ ଜଲପାଇଗୁଡ଼ି ନିକଟସ୍ଥ ମୋୟନଗୁରି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାୟ ୬ଟି କୋଚ ଲାଇନଚ୍ୟୁତ ହୋଇଛି । ଏହାସହିତ 9 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ 36 ଜଣ ଯାତ୍ରୀ ଆହତ ହୋଇଥିବା ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଟ୍ରେନରେ 1200 ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି ।

ସେପଟେ ଯୁଦ୍ଧକଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ | ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କାର ସାହାୟତା ଘୋଷଣା କରିଛନ୍ତି ରେଳମନ୍ତ୍ରୀ । ସେହିପରି ସାମାନ୍ୟ ଆହତଙ୍କୁ ମଧ୍ୟ ୨୫ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯିବା ନେଇ ଟ୍ବିଟ କରିଛନ୍ତି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ।

ଆହୁରି ମଧ୍ୟ ରେଲମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଦୁର୍ଘଟଣା ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟର ସୂଚନା ପ୍ରଦାନ କରିଛନ୍ତି । ସେ ଆସନ୍ତାକାଲି ନିଜେ ଦୁର୍ଘଟଣା ସ୍ଥଳ ଗସ୍ତ କରି ସମୀକ୍ଷା ମଧ୍ୟ କରିବେ । ରେଳମନ୍ତ୍ରୀ କହିଛନ୍ତି, ସେଠାରେ ବର୍ତ୍ତମାନ NDRF ଟିମ ମୂତୟନ ହେବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ଦୁଇଟି ଟିମ ସେଠାରେ କାର୍ଯ୍ୟ ଜାରି ରଖିଛନ୍ତି ।

Related Posts