ବ୍ରହ୍ମପୁରରେ ଦାଦାବଟି ମାଗି ଖଣ୍ଡାରେ କଲେ ଆକ୍ରମଣ

ସତ୍ୟପାଠ 26/12 ବ୍ରହ୍ମପୁର: ବଡ଼ବଜାର ଥାନା କୈଳାଶନଗରରେ ଦୋକାନୀଙ୍କ ଘରେ ପଶି ଆକ୍ରମଣ । ଦାଦାବଟି ମାଗି ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାର ଭିଜୁଆଲ ପାଖରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି । ଆକ୍ରମଣରେ ଦୋକାନୀ ଗୋପାଳକୃଷ୍ଣ ପଣ୍ଡାଙ୍କ ଡାହାଣ ହାତରେ ଆଘାତ ଲାଗିଛି । ଏନେଇ ବଡ଼ବଜାର ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ଗୋପାଳକୃଷ୍ଣ ପଣ୍ଡା । ମିଳିଥିବା ସୂଚନା ମୁତାବକ ଗତ ଦୁଇଦିନ ତଳେ ଆକ୍ରମଣକାରୀ ଗୋପାଳକୃଷ୍ଣଙ୍କୁ 50ହଜାର ଟଙ୍କା ଦାଦାବଟି ମାଗିଥିଲା ଉକ୍ତ ବ୍ୟକ୍ତି । ପୂର୍ବରୁ ମଧ୍ୟ କୈଳାଶ ନଗରର କାଳିଆ ପାତ୍ର ନାଁମକ ଜଣେ ଯୁବକଙ୍କୁ ଦାଦାଵଟି ପାଇଁ ଆକ୍ରମଣ କରାଯାଇଥିଲା । ତେବେ ସେହି ବ୍ୟକ୍ତି ହିଁ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ ।

Related Posts