୧୦ଦିନ ପାଇଁ କର୍ଣ୍ଣାଟକରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ ବଢୁଥିବା ଓମିକ୍ରନ୍ ସଂକ୍ରମିତଙ୍କୁ ନେଇ ଚିନ୍ତାରେ ସରକାର | ତେବେ ଆଗକୁ ନୂଆ ବର୍ଷ ଆସୁଥିବା ବେଳେ , ସଂକ୍ରମଣ ହାର ଆହୁରି ବଢିବା ଆଶଙ୍କାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କର୍ଣ୍ଣାଟକ ସରକାର | ଓମିକ୍ରନ୍‌ ମାମଲାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ ଦିଲ୍ଲୀରେ କରୋନା ନିର୍ଦ୍ଦେଶାବଳୀକୁ ନେଇ କଡା ପ୍ରସ୍ତୁତି ଚାଲିଛି। ଜାନୁୟାରୀ ୫ ରେ ଏଠାରେ ଆୟୋଜିତ ହେବାକୁ ଥିବା ବିଆର ଆମ୍ବେଦକର ଉପରେ ଏକ ବଡ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି।

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ରବିବାର ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଡିସେମ୍ବର ୨୮ ରାତି ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ ହେବ। ଆସନ୍ତା ୧୦ ଦିନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

Related Posts