ବ୍ରାଜିଲ୍‌ର ମହାନ୍ ଫୁଟ୍‌ବଲର୍ ପେଲେଙ୍କୁ ହସ୍ପିଟାଲ୍‌ରୁ ମିଳିଲା ଛୁଟି

ବ୍ରାଜିଲ୍‌ର ମହାନ୍ ଫୁଟ୍‌ବଲର୍ ପେଲେଙ୍କୁ ହସ୍ପିଟାଲ ରୁ ମିଳିଲା ଛୁଟି | ସାଓ ପାଓଲୋର ହସ୍ପିଟାଲ୍‌ରୁ ତାଙ୍କୁ ଛୁଟି ମିଳିଛି । କିନ୍ତୁ ଏହା ସତ୍ତ୍ୱେ ତାଙ୍କ କୋଲୋନ୍ ଟ୍ୟୁମର୍‌ର ଚିକିତ୍ସା ଆଗକୁ ଜାରି ରହିବ ବୋଲି ଇସ୍‌ରେଲିଟା ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍ ହସ୍ପିଟାଲ୍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି | ଏଥିରେ ଆହୁରି କୁହାଯାଇଛି ‘ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ତାଙ୍କ କୋଲୋନ୍ ଟ୍ୟୁମର୍ ଚିକିତ୍ସା ଜାରି ରହିବ ।’ ଡିସେମ୍ବର ପ୍ରଥମ ସପ୍ତାହରେ ଅସୁସ୍ଥ ପେଲେଙ୍କୁ କେମୋଥେରାପି ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ଏହା ପୂର୍ବରୁ ସର୍ଜରୀ ଦ୍ୱାରା ତାଙ୍କର ଟ୍ୟୁମର୍ ବାହାର କରାଯାଇଥିଲା । ଏଥିପାଇଁ ତାଙ୍କୁ ମାସାଧିକ କାଳ ହସ୍ପିଟାଲ୍‌ରେ ରହିବାକୁ ପଡ଼ିଥିଲା । ଶୁକ୍ରବାର ସୋସିଆଲ୍ ମିଡିଆରେ ପେଲେ ତାଙ୍କ ଯୁବାବସ୍ଥାର ଏକ ଫଟୋ ପୋଷ୍ଟ କରି କହିଛନ୍ତି ‘ଏହି ହସୁଥିବା ଫଟୋ ପଛରେ କୌଣସି ଏକ କାରଣ ରହିଛି । କ୍ରିସ୍‌ମାସ୍ ନିଜ ପରିବାର ସହ ପାଳନ କରିବି ବୋଲି ପୂର୍ବରୁ କହିଥିଲି । ଏବେ ମୁଁ ଘରକୁ ଆସୁଛି । ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।’

Related Posts