ବ୍ୟବସାୟୀଙ୍କୁ ଏକ କୋଟି ୧୭ ଲକ୍ଷ ଟଙ୍କା ଠକେଇ ମାମଲା: କ୍ରାଇମବ୍ରାଞ୍ଚ ହାତରେ ଅଭିଯୁକ୍ତ ରାଜେଶ ଗେହଲୋଟ ଗିରଫ

ବ୍ୟବସାୟୀଙ୍କୁ ଏକ କୋଟି ୧୭ ଲଷ ଟଙ୍କା ଠକେଇ ମାମଲା ର ହେଲା ପର୍ଦାଫାର୍ଶb। ମୁଖ୍ୟ ଅଭିଯୁକ୍ତ ରାଜେଶ ଗେହଲୋଟ ଗିରଫ । ତାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ଏହାପରେ ଦ୍ୱାରକା କୋର୍ଟରେ ହାଜର କରାଯାଇଥିଲା।
ତେବେ ଦ୍ୱାରକା କୋର୍ଟ ତାଙ୍କୁ ୫ଦିନିଆ ଟ୍ରାଞ୍ଜିଟ ଜାମିନ ଦେଇଥିବା ବେଳେ ଡିସେମ୍ବର ୨୪ ତାରିଖ ପୂର୍ବରୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି। ତିନି ଅଭିଯୁକ୍ତ ସୂର୍ଯ୍ୟମଣି ତ୍ରିପାଠୀ, ଅମିତ କୁମାର ସ୍ୱାଇଁ ଓ ରାଜେଶ ଗେହଲଟ ଆଇଏଏସ ବା ର’ ଅଧିକାରୀ କହି ଦିଲ୍ଲୀର ବ୍ୟବସାୟୀ ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲ ମାଲିକଙ୍କୁ ଠକିଥିଲେ। ଜାଲି ଡକୁମେଣ୍ଟ ଓ ୮୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନକଲି ୱାର୍କ ଅର୍ଡର ଦେଇ ଉକ୍ତ ବ୍ୟବସାୟୀଙ୍କୁ ୩ ଅଭିଯୁକ୍ତ ଠକିଥିଲେ।

Related Posts