ପାରିବାରିକ କଳହର କରୁଣ ପରିଣତି: ଚାନ୍ଦିପୋଷ ବରଘାଟ ଗାଁରେ ବାପର ଟାଙ୍ଗିଆ ଚୋଟରେ ପୁଅ ମୃତ

ରାଉରକେଲା : ପାରିବାରିକ କଳହାର କରୁଣ ପରିଣତି । ଜନ୍ମ୍କ କଲା ପୁଅକୁ ହତ୍ୟା କଲା ବାପା । ଏମିତି ଅଭାବନୀୟ ଘଟଣା ଘଟିଛି ଚାନ୍ଦିପୋଷ ବରଘାଟ ଗାଁରେ। ବାପର ଟାଙ୍ଗିଆ ଚୋଟରେ ଗୁରୁତର ପୁଅକୁ ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ୍) ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ବରଘାଟ ଗାଁରେ ଘରୋଇ କଳିକୁ ନେଇ ବାପା ରେଙ୍ଗୁଟୁ କୁମ୍ଭାର ଓ ପୁଅ ବିଜୁ କୁମ୍ଭାର ମଧ୍ୟରେ ବଚସା ହୋଇଥିଲା। ବାପା ରେଙ୍ଗୁଟୁ କୁମ୍ଭାର ଉତକ୍ଷିପ୍ତ ହୋଇ ପୁଅ ବିଜୁଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିବାରୁ ଗୁରୁତର ଅବସ୍ଥାରେ ବିଜୁଙ୍କୁ ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍) ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ବାପା ରେଙ୍ଗୁଟୁ କୁମ୍ଭାରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

Related Posts