ଭଦ୍ରକ ଜିଲ୍ଲା ସାବରଙ୍ଗ ଛକରେ ଦୁର୍ଘଟଣା, ୩ ମୃତ

ଭଦ୍ରକ ଜିଲ୍ଲା ସାବରଙ୍ଗ ଛକ ନିକଟରେ ଦୁର୍ଘଟଣା | ବାଇକକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କର ଜୀବନ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ମୃତକମାନଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ, ଘଟଣାସ୍ଥଳରେ ଜଣେ ଓ ହସ୍ପିଟାଲରେ ଆଉ ୨ ଜଣ ପ୍ରାଣ ହରାଇଛନ୍ତି ।

ସାବରଙ୍ଗ ଉଚ୍ଚ ବିଦ୍ୟାଳୟ ନିକଟରେ ବାଇକକୁ ପିଟି ଦେଇଥିଲା ଟ୍ରକ୍ । ବାଇକ୍ ଆରୋହୀ ଅନ୍ୟତ୍ର ଛିଟିକି ପଡିଥିଲେ । ଦୁର୍ଘଟଣାସ୍ଥଳରେ ଜଣଙ୍କର ଜୀବନ ଚାଲି ଯାଇଥିଲା । ହସ୍ପିଟାଲରେ ଆଉ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛି ।

Related Posts