ରଙ୍ଗବତୀ ଗୀତର ରଚୟିତା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ରଙ୍ଗବତୀ ଗୀତର ରଚୟିତା କୁଚିଣ୍ଡା ଉପଖଣ୍ଡ ବିଲଙ୍ଗ ଗ୍ରାମର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ | ଗତକାଲି (ମଙ୍ଗଳବାର ) ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସଙ୍ଗେ ସଙ୍ଗେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଭିମସାର ଅଧିକ୍ଷକ ଫ୍ରଫେସର ଲାଲମୋହନ ନାଏକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଛନ୍ତି ।

ରଙ୍ଗବତୀ ଗୀତ ରଚନା ପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଜଣେ ଓଡ଼ିଆ ଓ ସମ୍ବଲପୁର ଗୀତିକାର ଓ ନାଟ୍ୟକାର । ସାଧାରଣ ମଣିଷର ଜୀବନଧାରା ଓ ନିତିଦିନିଆ ଚଳଣି ଓ ସାମାଜିକ ପରମ୍ପରାକୁ ନେଇ ଅନେକ ସମ୍ବଲପୁରୀ ଗୀତ ଓ ଗୀତିନାଟ୍ୟ ରଚନା କରିଛନ୍ତି ।

Related Posts