ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା ଗସ୍ତ, ୫ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ରରେ ଆଜି ସକାଳୁ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଅକାଳରେ ଚାଲିଯାଇଛି 5 ଜଣଙ୍କ ଜୀବନ । ପୁଣେ-ମୁମ୍ବାଇ ଏକ୍ସପ୍ରେସୱେରେ କାର ଦୁର୍ଘଟଣା ଗସ୍ତ ହୋଇଛି । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ କାରରେ ଥିବା ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ହରିୟାଣାର ହୋଇଥିବା ସୂଚନା ମିଳିଛି । କାରଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ଅପରପକ୍ଷେ ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related Posts