ଭଉଣୀର ଅଭିଯୋଗ ପରେ ମୁହଁ ଖୋଲିଲେ ସିଦ୍ଧୁ: କହିଲେ ଶସ୍ତା ରାଜନୀତି

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଭଉଣୀ ସୁମନ ତୁରଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ଭାଇ ସିଦ୍ଧୁ । ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ପଦାରେ ପଡିଥିବା ବେଳେ ମା’ଙ୍କୁ ସିଦ୍ଧୁ ଅତ୍ୟାଚାର କରିଥିବା ଅଭିଯୋଗ କରିଥିଲେ ଭଉଣୀ ସୁମନ । ଏହାର ଏବେ ଜବାବ ଦେଇଛନ୍ତି ସିଦ୍ଧୁ । ସେ କହିଛନ୍ତି ଯେ ସୁମନ ଶସ୍ତା ରାଜନୀତି କରୁଛନ୍ତି । ରାଜନୀତି ପାଇଁ ସେ ମାଙ୍କୁ କବରରୁ ବାହାରକୁ ଆଣିଦେଇଛନ୍ତି । ମୋ ମାଙ୍କର ୪୦ ବର୍ଷ ପୂର୍ବ ଦେହାନ୍ତ ହୋଇଥିଲା । ଏବେ ତାଙ୍କୁ ଫେରାଇ ଆଣି ପାରିବା ନାହିଁ । ସୁମନଙ୍କ ଏଭଳି ମନ୍ତବ୍ୟକୁ ଲୋକେ ଗ୍ରହଣ କରିବେ ନାହିଁ ।

କିଛିଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ସୁମନ ସିଦ୍ଧୁଙ୍କ ଉପରେ ବର୍ଷିଥିଲେ । ପଇସା ପାଇଁ ନିଜ ମା’ଙ୍କୁ ଏକାକୀ ଛାଡିଦେଇଥିଲେ ସିଦ୍ଧୁ ବୋଲି ଭଉଣୀ ଅଭିଯୋଗ କରିଥିଲେ । ପିତା ଭାଗବତ ସିଂ ସିଦ୍ଧୁଙ୍କ ମୃତ୍ୟୁ ପରେ ସିଦ୍ଧୁ ତାଙ୍କ ମା ଏବଂ ବଡ ଭଉଣୀକୁ ଘରୁ ବାହାର କରିଦେଇଥିଲେ । ଏହାପରେ ସେ ଦିଲ୍ଲୀ ରେଳ ଷ୍ଟେସନରେ ପ୍ରାଣ ହରାଇଥିଲେ ।ସୁମନଙ୍କ ଏଭଳି ଅଭିଯୋଗରେ ସିଦ୍ଧୁଙ୍କ ପତ୍ନୀ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ସେ ସୁମନଙ୍କୁ ଜାଣିନାହାନ୍ତି । ସିଦ୍ଧୁଙ୍କ ବାପାଙ୍କର ଦୁଇଥର ବିବାହ କରିଥିଲେ, ପ୍ରଥମ ପତ୍ନୀଙ୍କ କୌଣସି ସନ୍ତାନ ନଥିଲା । ଏହା ପରେ ସେ ନିର୍ମଳ ଶର୍ମାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଏହା ମଧ୍ୟ ନିର୍ମଳଙ୍କ ଦ୍ବିତୀୟ ବିବାହ ଥିଲା । ତାଙ୍କ ୨ଟି ଝିଅ ମଧ୍ୟ ଥିଲେ। ସୁମନ ବଡ ଝିଅ ହୋଇଥିବା ବେଳେ ସାନ ଭଉଣୀଙ୍କର ମୃତ୍ୟୁ ହୋଇଥିଲା । ସୁମନଙ୍କ ବିବାହ ପରେ ସିଦ୍ଧୁ ଜନ୍ମ ହୋଇଥିଲେ ।

Related Posts