ଭୁବନେଶ୍ୱରରେ ପହଁଚିଲା ଓଡ଼ିଆ ବାୟୁସେନା ଅଫିସର ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଜନ୍ମମାଟି ଅଭିମୁଖେ ତାମିଲନାଡୁରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡ଼ିଆ ବାୟୁସେନା ଅଫିସର ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର | ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ସେଠାରେ ରାଣା ପ୍ରତାପ ଦାସଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ଅଶୋକ ପଣ୍ଡା ବି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେହିଭଳି ପୋଲିସ୍ ଡିଜି ଅଭୟ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଭୁବନେଶ୍ୱରରୁ ପାର୍ଥିବ ଶରୀର ଯିବ ତାଳଚେର ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗାଁ । ଜନ୍ମମାଟିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସେଠାକୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯିବେ ବୋଲି ସୂଚନା ମିଳିଛି ।

ସେପଟେ ବୀର ପୁତ୍ରକୁ ଅପେକ୍ଷା କରିଛି ଜନ୍ମମାଟି । ପରିବାର ଓ ଆତ୍ମୀୟ ଅପେକ୍ଷାରତ ଅଛନ୍ତି । ଶୋକରେ ବୁଡ଼ିଛି ପୁରା କୃଷ୍ଣଚନ୍ଦ୍ରପୁର ଗାଁ । ଅନ୍ତିମ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସମ୍ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ ।

Related Posts