ବଲାଙ୍ଗିର, (ସତ୍ୟପାଠବ୍ୟୁରୋ ): ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଅପହରଣ ମାମଲାରେ ବଢ଼ିଲା ଗିରଫଦାରୀ। ଭୁବନେଶ୍ଵରରୁ ବଲାଙ୍ଗିର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ମହିଳା ପୋଲିସ ଏସ୍ଆଇ ସ୍ନେହା ମଞ୍ଜରୀ ସାହୁଙ୍କ ସହ ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ। ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଡ଼ ଟ୍ବିଷ୍ଟ ଦେଖିବାକୁ ମିଳିଛି। ମହିଳା ଏସଆଇଙ୍କୁ ଗିରଫ କଲା ପୋଲିସ। ଲିଙ୍କରେ ସମ୍ପୃକ୍ତି ଥିବା ଜଣେ ସାମ୍ୱାଦିକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଗିରଫଦାରୀ ନେଇ ବଲାଙ୍ଗିର ଏସଡିପିଓ  ସୂଚନା ଦେଇଛନ୍ତି। ଚର୍ଚ୍ଚିତ ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି। ଏହି ଅପହରଣ ପଛରେ ଜଣେ ପୋଲିସ ଅଧିକାରୀ ଏବଂ ଜଣେ ସାମ୍ବାଦିକଙ୍କ ସମ୍ପୃକ୍ତି ଥିବା ପଦାକୁ ଆସିବା ପରେ ବଲାଙ୍ଗିର ପୋଲିସ ଦୁହିଁଙ୍କୁ ଗିରଫ କରିଛି। ଗିରଫ ପୋଲିସ ଏସଆଇ ସ୍ନେହମଞ୍ଜରୀ ସାହୁ ଏହି ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ସାହୁର ଭଉଣୀ ବୋଲି ଜଣାପଡ଼ିଛି। ପୂର୍ବରୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ସାହୁ ଏବଂ ସହଯୋଗୀ ସଂଜିତ ବେହେରାକୁ ଗିରଫ କରିଥିଲା ପୋଲିସ। ଗତ ଶୁକ୍ରବାର ଦିନ ଜାତୀୟ ରାଜପଥ ରଣ୍ଡା ଛକ ନିକଟରୁ ନରେନ୍ଦ୍ର ସାହୁଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ କରାଯାଇଥିଲା। ଅପହରଣର ଦିନକ ପରେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରୁ ଅପହୃତ ବ୍ୟବସାୟୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ପୋଲିସ। ହନୁମାନ ପଇସା ପାଇଁ ଏହି ଅପହରଣ ହୋଇଥିବା ସୂଚନା ମିଳିଥିଲେ ବି ୨ କୋଟି ୭୦ ଲକ୍ଷ ଟଙ୍କା ଅଭିଯୁକ୍ତ କେଉଁଠୁ ପାଇଛି ସେନେଇ ତଦନ୍ତ କରୁଛି ପୋଲିସ।