ଭୂକମ୍ପ ଝଟକାରେ ଥରିଲା ଅଯୋଧ୍ୟା, ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ

ଭୋର ପ୍ରାୟ ୫ଟାରେ ଉତ୍ତର ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି | ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏ ନେଇ ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି । ଏହି ବିପର୍ଯ୍ୟୟରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ସୂଚନାଥାଉକି, ଆଜି ଭୋର ପ୍ରାୟ ୫ଟାରେ ଭୂକମ୍ପ ଅନୁଭୂତ ହୋଇଛି । ଏନସିଏସର ତଥ୍ୟ ଅନୁସାରେ ଅଯୋଧ୍ୟାରୁ ୧୭୬କିମି ଏନଏନଇ ଦୂରବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ହୋଇଥିବା ଜଣାପଡିଛି । ଏହାର ଗଭୀରତା ୧୭ କିଲୋମିଟର ହୋଇଥିବା ଏହାର ଦ୍ରାଘିମା ୨୮.୧୪ ଓ ଅକ୍ଷାଂଶ ୪୩.୧୪ ରେକର୍ଡ କରାଯାଇଛି ।ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ନିକଟରେ ଲାଗାତାର ଭାବେ ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ଜାନୁଆରୀ ୫ରେ ସିକିମ ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା ।

Related Posts