ମଣିପୁର ନିର୍ବାଚନ: କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ

ମଣିପୁର ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ତା’ର ୪୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା ମଧ୍ୟରେ ପୂର୍ବତନ ସିଏମ୍‌ ଓକରାମ ଇବୋବି ସିଂ ଥୋବାଲ ଆସନ ପାଇଁ ନିର୍ବାଚନ ଲଢ଼ିବେ ।

ସୂଚନା ଥାଉଯେ, ରାଜ୍ୟରେ ୬୦ ଟି ସିଟ୍‌ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେବ । ଫେବୃଆରୀ ୧ ରେ ଏଥିପାଇଁ ବିଜ୍ଞପ୍ତି ଜାରି କରାଯିବ । ଫେବୃଆରୀ ୮ରେ ହେଉଛି ନାମାଙ୍କନପତ୍ରର ଶେଷ ତାରିଖ । ସେହିପରି ଫେବୃଆରୀ ୯ ପର୍ଯ୍ୟନ୍ତ ନାମାଙ୍କନପତ୍ରର ଯାଞ୍ଚ କରାଯିବ ଏବଂ ନାମାଙ୍କନ ପ୍ରତ୍ୟାହାର ପାଇଁ ଫେବୃଆରୀ ୧୧ ପର୍ଯ୍ୟନ୍ତ ସୁଯୋଗ ଦିଆଯିବ ।

ଏଥି ସହିତ ମାର୍ଚ୍ଚ ୩ ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍‌ ଗ୍ରହଣ କରାଯିବ । ଏଥିପାଇଁ ଫେବୃଆରୀ ୪ ରେ ବିଜ୍ଞପ୍ତି ଜାରି କରାଯିବ ଏବଂ ପ୍ରାର୍ଥୀମାନେ ଫେବୃଆରୀ ୧୧ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଫେବୃଆରୀ ୧୪ରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବାକୁ ଥିବାବେଳେ ପ୍ରାର୍ଥୀମାନେ ଫେବୃଆରୀ ୧୬ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବାର ସୁଯୋଗ ପାଇବେ ।

Related Posts