ମନ୍ତ୍ରୀ ରାଜା ସ୍ବାଇଁ ଓ ଟୁକୁନି ସାହୁ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଂକୁ ଭେଟିଲେ

ସତ୍ୟପାଠ ୦୩/୦୬: ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ବାହାନଗାରେ ଘଟିଥିବା ମର୍ମନ୍ତଦ ରେଳ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯାତ୍ରୀମାନଂକୁ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଂକଙ୍କ ନିର୍ଦ୍ଦେଶକ୍ରମେ ରାଜା ସ୍ବାଇଁ କଟକ ମେଡିକାଲରେ ଆହତଂକୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା ତରଥିଲେ।

ସେମାନଙ୍କ ସହ ସାକ୍ଷାତ କରି ସ୍ବାସ୍ଥ୍ୟବସ୍ଥା ବିଷୟରେ ବୁଝିଛନ୍ତି। ଏଥିସହ କାର୍ଯ୍ୟରତ ଥିବା ମେଡ଼ିକାଲ କର୍ତ୍ତୃପଷଙ୍କ ସହ ଆଲୋଚନା କରି ଆହତ ଯାତ୍ରୀଙ୍କୁ ସମସ୍ତ ସ୍ବାସ୍ଥ୍ୟ ସେବା ଉପଯୁକ୍ତ ସମୟରେ ଯୋଗାଇବା ସହ କୌଣସି ପ୍ରକାର ଅସୁବିଧା ନ ହେବ ସେ ବିଷୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ସୁଚନା।

ଆହତ ଯାତ୍ରୀମାନଙ୍କୁ ଭେଟିଲା ବେଳେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, କଟକ ଜିଲ୍ଲାପାଳ , ପୂର୍ବତନ କଟକ ଚୌଦ୍ଵାର ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ବିଶ୍ଵାଳଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Related Posts