ମମତାଙ୍କୁ କାରରେ ହତ୍ୟା କରିଛି ଗୋବିନ୍ଦ


ସତ୍ୟପାଠ ବ୍ୟୁରୋ () ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସାଂଘାତିକ ସତ । ଯାହାକୁ ବେଶ୍ ଯୋଜନାବଦ୍ଧ ଭାବେ ଚପାଇ ରଖାଯାଇଥିଲା । ତେବେ ୧୨ଦିନର ଛକାପଞ୍ଝା ପରେ ଏବେ ଧୀରେ ଧୀରେ ରହସ୍ୟ ଉପରୁ ପରଦା ହଟିବାରେ ଲାଗିଛି । ଆଜ୍ଞା ହଁ ଆମେ କହୁଛୁ କଳାହାଣ୍ଡିର ସେହି ଚର୍ଚ୍ଚିତ ଖବର ମମତା ମର୍ଡର ମିଷ୍ଟ୍ରି କଥା । ମହାଲିଙ୍ଗରୁ ଶିକ୍ଷୟତ୍ରୀ ନିଖୋଜ ମାମଲାର ଏବେ ଗୋଟିଏ ପରେ ଗୋଟିଏ ରହସ୍ୟ ଉନ୍ମୋଚନ କରିବାରେ ଜିଜାନ ଲଗାଇ ଦେଇଛି ପୁଲିସ । ଏହାରି ଭିତରେ କିନ୍ତୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ପୁଲିସ ଆଗରେ ଗୋଟି ଗୋଟି ସତ ଓଗାଳିଛନ୍ତି । ମମତାଙ୍କୁ କେମିତି ହତ୍ୟା କରିବାଠୁ ନେଇ ମୃତଦେହକୁ କିଭଳି ପୋତି ଦେଇଥିଲା ତାହା ବଖାଣିଛି । ପୁଲିସ ଗୋବିନ୍ଦଙ୍କ ବୟାନକୁ ଭିତ୍ତି କରି ଆହୁରି ଜୋରଦାର ତଦନ୍ତ ଚଳାଇଛି ।

ଘଟଣାରେ ଆଉ କେଉଁମାନେ ଜଡିତ ରହିଛନ୍ତି ସେନେଇ ମଧ୍ୟ ଛାନବିନ ଆରମ୍ଭ କରିଛି । ସେପଟେ କାର ଭିତରେ ହିଁ ଶିକ୍ଷୟିତ୍ରୀ ମମତାଙ୍କୁ ପ୍ରଥମେ ହତ୍ୟା କରାଯାଇଛି । ଯାହାର ନମ୍ବର ଓଡି ୦୮କେ ୧୦୦୨ ବୋଲି ପୁଲିସ ଜାଣିବାକୁ ପାଇଛି । ଗୋବିନ୍ଦ ପୁଲିସ ନିକଟରେ ଦେଇଥିବା ବର୍ୟାନ ଅନୁସାରେ, ଗତ ୮ତାରିଖରେ ମମତାଙ୍କୁ କାରରେ ଧରି ଗୋବିନ୍ଦ ଯାଇଥିଲେ । ତେବେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ହୋଇ ଗୋବିନ୍ଦ ମମତାଙ୍କୁ ହତ୍ୟା କରିଥିଲେ । ଏତିକି ନୁହେଁ ବିଳମ୍ବିତ ରାତିରେ ଯୋଜନାବଦ୍ଧ ଭାବେ ମୃତଦେହକୁ ପୋତି ଦେଇଥିଲେ ଗୋବିନ୍ଦ । ତେବେ ୧୪ତାରିଖ ପୁଲିସ ହାତରେ କାର ଲାଗିଥିଲା । ଆଉ ସେହି କାର ଭିତରୁ ମମତାଙ୍କ ଗୋଟିଏ ପାଉଁଜି ମିଳିଥିଲା ।

ସୂଚନାଯୋଗ୍ୟ, ମାଟିତଳୁ ଉଦ୍ଧାର ମୃତଦେହ ପାଖରୁ ମଧ୍ୟ ଗୋଟିଏ ପାଉଁଜି ପୁଲିସ ଜବତ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୮ତାରିଖରେ ମମତାଙ୍କୁ ହତ୍ୟା କରାଯାଇଥିବା ବେଳେ ୬ତାରିରେ କିନ୍ତୁ ପଡିଆ ଭିତରେ ଗାତ ଖୋଳାଯାଇଥିଲା । ତେଣୁ ମମତାଙ୍କୁ ହତ୍ୟା କରିବା ଲାଗି ଗୋବିନ୍ଦ ପୂର୍ବରୁ ସବୁ ଯୋଜନା କରିଥିଲା ବୋଲି ପୁଲିସ ସ୍ପଷ୍ଟ ହୋଇଛି ।

Related Posts