କଂଗ୍ରେସରେ ମିଶିଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଏକଦା ଓଡିଶା ରାଜନୀତିରେ ବେଶ ଶକ୍ତିଶାଳୀ ଏବଂ ପତିଆରା ଥିବା ନେତା ହେଉଛନ୍ତି ପ୍ୟାରୀମୋହନ ମହାପାତ୍ର। ଆଜି ଅପରାହ୍ନରେ କଂଗ୍ରେସ ଭବନରେ ସେ ପ୍ରଭାରୀ ଚେଲ୍ଲା କୁମାର, ସଭାପତି ଶରତ ପଟ୍ଟନାୟକ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

ଓଡିଶା ରାଜନୀତିରେ ପ୍ୟାରୀବାବୁଙ୍କର ବେଶ ପତିୟାରା ଥିଲା। ହେଲେ ତାଙ୍କ ଝିଅ ସିକ୍ତା ପତି ରାଜନୀତିରେ ଅଭିଜ୍ଞ ନୁହଁନ୍ତି। ସେ ଓଡିଶା ରାଜନୀତିରେ ଏକ ପରିଚିତ ଚେହେରା ନୁହଁନ୍ତି। ସିକ୍ତା ହେଉଛନ୍ତି ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ ଝିଅ। ସିକ୍ତା ଉଚ୍ଚଶିକ୍ଷିତା । ସିକ୍ତା ଅର୍ଥନୀତିରେ ଏମ.ଏ କରିବା ସହ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ୨୦୧୭, ମାର୍ଚ୍ଚ ୯ ତାରିଖରେ ପ୍ୟାରୀ ମହାପାତ୍ରଙ୍କ ମୃତ୍ୟୁ ପରେ ସେ ଓଡ଼ିଶା ଜନ ମୋର୍ଚ୍ଚା(OJM)ରେ ମିଶିଥିଲେ ଏବଂ ଏହାର ସାଧାରଣ ସମ୍ପାଦକ ଥିଲେ ।

ସୂଚନାଯୋଗ୍ୟ ଯେ, ବିଜେଡି ଛାଡିବା ପରେ ପ୍ୟାରୀ ନିଜେ ଓଡ଼ିଶା ଜନମୋର୍ଚ୍ଚା ଦଳ ଗଢିଥିଲେ । ପରେ ୨୦୧୯ରେ ସିକ୍ତା ବିଜେଡିରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ ।

ତେବେ ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶାରେ କଂଗ୍ରେସ ନିଜର ଶକ୍ତି ବଢ଼ାଇବାକୁ ଚେଷ୍ଟା କରୁଛି । ୫ ଦିନ ତଳେ ଓଡ଼ିଶା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହୋଇଥିଲେ । ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଥିଲେ ।

Related Posts