ଝିଅକୁ ଦୁଷ୍କର୍ମ କରି ବାପା ଗିରଫ

ସୁନ୍ଦରଗଡ଼: ବାପା ଝିଅର ପବିତ୍ର ସମ୍ପର୍କରେ ପାପାର ଛିଟା । ନିଜ ଜନ୍ମକଲା ଝିଅ ସହ ଖରାପ ସମ୍ପର୍କ ରଖୁଥିଲା ବାପା । ତାହା ପୁଣି ନିଜ ସ୍ତ୍ରୀ ଜାଣିଥିଲା । ଜନ୍ମ କଲା ଝିଅକୁ ବଳାତ୍କାର କରି ଗିରଫ ହୋଇଛନ୍ତି ବାପା। ଏଭଳି ଲଜ୍ଜାଜନକ ଘଟଣା ରାଉରକେଲାର ରେଲୱେ କଲୋନି ଅଞ୍ଚଳରେ ଘଟିଛି। ଚାଇଲ୍ଡଲାଇନ୍ ‘ଦିଶା’ ନାବାଳିକାକୁ ଉଦ୍ଧାର କରିଛି। ପ୍ଲାଣ୍ଟସାଇଟ ପୋଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆଇଜିଏଚ୍)ରେ ଡାକ୍ତରୀମାଇନା କରିବା ପରେ ନାବାଳିକାକୁ ଚାଇଲ୍ଡଲାଇନ୍କୁ ହସ୍ତାନ୍ତର କରିଛି। ଚାଇଲ୍ଡଲାଇନରେ ଲିଖିତ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ ପୋଲିସ ବଳାକତ୍ାରୀ ବାପାଙ୍କୁ ଗିରଫ କରି ହାଜତକୁ ପଠାଇ ଦେଇଛି ।


ସୂଚନାନୁସାରେ, ବଳାତ୍କାରୀ ବାପା ରାଉରକେଲା ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି। ଗତ ଏପ୍ରିଲରୁ ନିଶା ସେବନ କରି ନିଜର ୧୪ ବର୍ଷର ନାବାଳିକା ଝିଅକୁ ବଳପୂର୍ବକ ବଳାତ୍କାର କରି ଆସୁଥିଲେ। ଏ ସଂକ୍ରାନ୍ତରେ ନାବାଳିକା ଝିଅ ତା’ ମା’ଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ପ୍ରତିବାଦ କରିବାରୁ ଉଭୟ ବାପା, ମା ନାବାଳିକାଙ୍କୁ ଘରୁ ତଡି ଦେଇଥିଲେ। ପରେ ନାବାଳିକା ଜଣଙ୍କ ସେକ୍ଟର-୨୧ ଜଣେ ସାଙ୍ଗଙ୍କ ଘରେ ରହିଥିଲା। ପୋଲିସ ଓ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ପରିବର୍ତ୍ତେ ସୁରକ୍ଷିତ ଭାବି ଏ ସଂକ୍ରାନ୍ତରେ ଚାଇଲ୍ଡଲାଇନ୍ ‘ଦିଶା’କୁ ଜଣାଇଥିଲେ। ଦିଶାର ଟିମ୍ ପହଞ୍ଚି ନାବାଳିକାଙ୍କୁ ସାଙ୍ଗ ଘରୁ ଉଦ୍ଧାର କରି ପ୍ଲାଣ୍ଟସାଇଟରେ ଜିମା ଦେଇଥିଲେ।

Related Posts