ମହଙ୍ଗା ହେବ ଖାଇବା ତେଲ ! ଅନ୍ତର୍ଜାତୀୟ ବଜାରରେ ଦର ବୃ୍ଦ୍ଧି

ସାଧାରଣ ଖାଉଟିଙ୍କୁ ଲାଗିବ ଝଟକା | ବଢିବ ଖାଇବା ତେଲର ଦ୍ୱାରା | ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଖାଇବା ତେଲ ଦର କମାଇବାକୁ ସରକାର ଉଦ୍ୟମ ଚଳାଇଥିବା ବେଳେ, ହେଲେ ବିଶ୍ବର ସର୍ବ ବୃହତ ତେଲ ଯୋଗାଣକାରୀ ରାଷ୍ଟ୍ର ଇଣ୍ଡୋନେସିଆ ରପ୍ତାନୀ ଉପରେ କଟକଣା ଲଗାଇବାରୁ ଅନ୍ତର୍ଜାତୀୟ ବଜାରରେ ଏହାର ଦର ବୃ୍ଦ୍ଧି ପାଇଛି, ଫଳରେ ଭାରତୀୟ ବଜାରରେ ଏହାର ଦର ବଢିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

ଖାଇବା ତେଲ ଦରର ଦୁଇ ତୃତୀୟାଂଶ ବିଦେଶକୁ ଆମଦାନୀ ହେଉଛି । ଇଣ୍ଡୋନେସିଆ ଏହାର ୨୦ ପ୍ରତିଶତ ତେଲ ଘରୋଇ ବଜାରରେ ବିକ୍ରି କରିବାକୁ ଉତ୍ପାଦନକାରୀ କମ୍ପାମୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ଫଳସ୍ବରୂପ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଇଛି । ଭାରତର ଦର ହ୍ରାସ ଉଦ୍ୟମରେ ଏହା ବାଧକ ହୋଇଥିବା ମୁମ୍ବାଇର ସଲଭେଣ୍ଟ ଏକ୍ସଟ୍ରାକ୍ଟସ ଆସୋସିଏସନ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ଭି ମେହେଟା କରିଛନ୍ତି ।

ପାମ ତେଲ ଦାମ ବଢି ୧୦ ଲିଟର ପ୍ରତି ୧,୨୨୧ ଟଙ୍କାରେ ପହଞ୍ଚିଛି । ଆଶୋଧିତ ପାମ ତେଲ ଟନ ପ୍ରତି ୧,୪୫୦ ଡଲାର ଥିବାବେଳେ ସୋୟାବିନ ତେଲ ଦାମ ୧,୪୯୦ ଡଲାର ଏବଂ ସୂର୍ଯ୍ୟମୁଖୀ ତେଲ ଦର ୧, ୪୫୫ ଡଲାର ରହିଛି ।

Related Posts