ମହାକାଶରୁ ଯାତ୍ରା କରି ଫେରିଲେ ଜାପାନର କୋଟିପତି

ମହାକାଶରୁ ଯାତ୍ରା ଶେଷ କରି ଫେରିଛନ୍ତି ଜାପାନର କୋଟିପତି ୟୁସାକୁ ମେଜାୱା | ସେ ତାଙ୍କ ସହକର୍ମୀଙ୍କ ସହିତ ୧୨ ଦିନ ପରେ ପୃଥିବୀକୁ ଫେରିଛନ୍ତି। ୪୬ ବର୍ଷିୟ ମେଜାୱାଙ୍କ ସହ ଯାଇଥିଲେ ତାଙ୍କ ସହକର୍ମୀ ୟୋଜୋ ହିରାନୋ।

ସେମାନେ ରୁଷିଆ ମହାକାଶଚାରୀ ଆଲେକ୍ସଜାଣ୍ଡାର୍ ମିସୁର୍କିନ୍‌ଙ୍କ ସହିତ ସୋମବାର କଜାଖସ୍ତାନରେ ଅବତରଣ କରିଛନ୍ତି।

ମହାକାଶଯାନ ସୋୟୁଜ୍ ଏମଏସ-୨୦ରେ ମହାକାଶକୁ ଯାତ୍ରା କରିଥିଲେ ୟୁସାକୁ ମେଜାୱା। ମହାକାଶ ଯାତ୍ରା ସମୟରେ ୟୁସାକୁ ମେଜାୱା ବ୍ରସ କରିବା, ବାଥରୁମ ଯିବା ସହିତ ମହାକାଶରେ ଦୈନିକ କାର୍ଯ୍ୟକଳାପର ଭିଡିଓ ମଧ୍ୟ ବନାଇଛନ୍ତି। ସେ ୧୨ଦିନ ରହିବା ଭିତରେ ଡକୁମେଣ୍ଟ କରିଥିଲେ । ୟୁସାକୁ ୟୁଟୁବରେ ତାଙ୍କର ଫଲୋଅର୍ସମାନଙ୍କୁ ମହାକାଶ ରହଣି ସମୟର ଅଭିଜ୍ଞତା ଶେୟାର କରିଥିଲେ।

Related Posts