ମହିଳାଙ୍କ ସହ ଠୁମକା ଲଗାଇଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଚର୍ଚାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ | ନାଚ ଗୀତରେ ଝୁମୁଥିବାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି | ସେ ପୁଣି ଗ୍ରାମାଂଚଳ ମହିଳାଙ୍କ ସହ | ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା ବେଳେ ପାରମ୍ପାରିକ ବାଦ୍ୟ ବଜାଇ ନାଚଗୀତରେ ସାମିଲ ହୋଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।

ସୂଚନା ଅନୁସାରେ, ଗତକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ସାଗର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇଥିଲେ ।

ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ବଣ୍ଟନ ମଧ୍ୟ କରିଥିଲେ । ଏହାସହ ସଂଧ୍ୟା ସମୟରେ ସେ ସ୍ଥାନୀୟ ନାସା ଗାଁର କିଛି ମହିଳାଙ୍କ ସହ ପାରମ୍ପରିକ ନାଚଗୀତରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏମିତିକି ମୁଖ୍ୟମନ୍ତ୍ରୀ ନିଜେ ନାଗାଡ଼ିଆ ବାଦ୍ୟ ବଜାଇଥିବା ବେଳେ ଏହାର ତାଳେ ତାଳେ ମହିଳାମାନେ ଅତି ଆନନ୍ଦରେ ନାଚି ଉଠିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ୍ୟ କାର୍ଯ୍ୟ ଉପସ୍ଥିତ ଲୋକଙ୍କ ମନକୁ ଛୁଇଁବା ସହ ସାଧାରଣ ଲୋକେ ବାହାବା କରିଥିଲେ ସୋସିଆଲ ମିଡିଆରେ ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

Related Posts