ମାଓବଦୀଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା

ନୃଶଂସ ମାଓବଦୀ | ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ | ମାଲକାନିଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ଏରାବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଘରୁ ଡାକି ନେଇ ତାଙ୍କୁ ମାଓବାଦୀ ମାନେ ହତ୍ୟା କରିଛନ୍ତି | ମୃତକ ଦାରେ ନବୀନ ।

ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଦାରେ ନବୀନଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିଲେ । ମୃତଦେହ ନିକଟରେ ଏକ ଚିଠି ମଧ୍ୟ ଛାଡିଛନ୍ତି ମାଓବାଦୀ । ଯେଉଁଥିଲେ ଉଲ୍ଲେଖ ରହିଛି, ଦାରେ ଅନେକ ସମୟରେ ପୋଲିସ ପାଇଁ ଗୁଇନ୍ଦା କାମ କରିବା, ଜଙ୍ଗଲ ନଷ୍ଟ କରିବା ଓ ବେଆଇନ ଭାବେ ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା କାମରେ ଲିପ୍ତ ରହିଥିଲେ ।

ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି ।

Related Posts