ଝିଅ ଭାମିକା ପାଇଁ ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଖେଳିବେନି କୋହଲି !

ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଟେଷ୍ଟ ସିରିଜ ଖେଳିବେନି ରୋହିତ ଶର୍ମା | ଝିଅ ଭାମିକାର ପ୍ରଥମ ଜନ୍ମଦିନ ସେଲିବ୍ରେସନ୍ ପାଇଁ ସେ ଦିନିକିଆ ସିରିଜ ଖେଳିବାକୁ ଚାହୁଁନଥିବା ସୂଚନା ମିଳିଛି | ଗତବର୍ଷ ଜାନୁଆରୀ ୧୧ ତାରିଖରେ ଜନ୍ମ ହୋଇଥିଲା ଭାମିକା ।

ଟେଷ୍ଟ ସିରିଜ ପରେ ବିରାଟ କୋହଲି ସ୍ୱଦେଶ ଫେରି ନିଜ ପରିବାର ସହ ଝିଅର ପ୍ରଥମ ଜନ୍ମଦିନ ପାଳନ କରିବାକୁ ପ୍ଲନ୍ କରିଛନ୍ତି । ଏଥିପାଇଁ ସେ ଦିନିକିଆ ସିରିଜ ଖେଳି ନପାରନ୍ତି । ଜାନୁଆରୀ ୧୧ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ ଆରମ୍ଭ ହେବ । ଜାନୁଆରୀ ୧୯ରୁ ଆରମ୍ଭ ହେବ ଦିନିକିଆ ସିରିଜ୍ ।

ତାପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବ । କୋହଲି ଏବେ ଟେଷ୍ଟ ଟିମ୍ କ୍ୟାପଟେନ୍ ଅଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ସେ ଟି-ଟ୍ୱେଣ୍ଟି ଅଧିନାୟକ ପଦ ଛାଡ଼ିଥିଲେ । ପରେ ଦିନିକିଆ ଅଧିନାୟକ ପଦରୁ ତାଙ୍କୁ ବାଦ ଦିଆଯାଇଥିଲା । ତାଙ୍କ ସ୍ଥାନରେ ରୋହିତ ଶର୍ମା ଉଭୟ ଟି-ଟ୍ୱେଣ୍ଟି ଓ ଦିନିକିଆ ଅଧିନାୟକ ପଦ ତୁଲାଇବେ ।

Related Posts